ନକଲି ପୋଲିସ ଗିରଫ, ଘରକୁ ଘର ବୁଲି ଚାନ୍ଦା ମାଗୁଥିଲେ

ନକଲି ପୋଲିସ ବାବୁ ଗଲେ ଅସଲି ହାଜତକୁ । ଜୟପୁର ସହରରେ ଦିନ ଦିପହରେ ପୋଲିସ ପୋଷାକରେ ବାବୁ ଜଣକ ଘରକୁ ଘର ବୁଲି ଚାନ୍ଦା ମାଗୁଥିଲେ ଆଉ ଜଣେ ଭଦ୍ରବ୍ୟକ୍ତି ଙ୍କ ନଜରକୁ ଆସିବା ପରେ ପୋଲିସର ପଇସା ମାଗିବା ନେଇ ଟାଉନଥାନାରେ ଜଣେଇ ଥିଲେ ।

ଜୟପୁର : ନକଲି ପୋଲିସ ବାବୁ ଗଲେ ଅସଲି ହାଜତକୁ । ଜୟପୁର ସହରରେ ଦିନ ଦିପହରେ ପୋଲିସ ପୋଷାକରେ ବାବୁ ଜଣକ ଘରକୁ ଘର ବୁଲି ଚାନ୍ଦା ମାଗୁଥିଲେ ଆଉ ଜଣେ ଭଦ୍ରବ୍ୟକ୍ତି ଙ୍କ ନଜରକୁ ଆସିବା ପରେ ପୋଲିସର ପଇସା ମାଗିବା ନେଇ ଟାଉନଥାନାରେ ଜଣେଇ ଥିଲେ ।

ଟାଉନ ପୋଲିସ ଏନେଇ ଭଗବାନ ବାଗ ନାମକ ସେହି ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପଚରାଉଚରା ପରେ ନକଲି ବାବୁଙ୍କ ଘର ମଧ୍ୟପ୍ରଦେଶ ଇନ୍ଦୋର ତାଙ୍କ ନା ଭଗବାନ ଓ୍ବାଗ । ପୋଲିସ ପୋଷାକ ର ନକଲି ବାବୁ ଜଣକ ଏବେ ଗିରଫ ହୋଇ ଅସଲି ହାଜତକୁ ଯାଇଛନ୍ତି । ତାଙ୍କ ପାଖରେ ଅନେକ ଆଧାର କାର୍ଡ ସହ ଅନ୍ୟ କିଛି ପରିଚୟ ପତ୍ର ଥିବା ବେଳେ ଜୟପୁର ସହରରେ ଏଇ ଘଟଣା ଚର୍ଚ୍ଚାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.