ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର,ମୁମ୍ବାଇରେ କ୍ୟାନସର ରୋଗୀଙ୍କ ମୃତ୍ୟୁ ପରେ ସୁରୁଖୁରରେ ଘରକୁ ଫେରାଇ ଆଣିଲେ 

କେନ୍ୟୁଜ୍(ବ୍ୟୁରୋ):   ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ମୁମ୍ବାଇରେ ଜଣେ କ୍ୟାନସର ରୋଗୀଙ୍କ ମୃତ୍ୟୁ ପରେ ମରଶରୀରକୁ ଓଡ଼ିଶାରେ ପହଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦିଆଯାଇଛି । ଗତ ୨୨ତାରିଖରେ ସୁନ୍ଦରଗଡ କାଂଶବାବାଲ ଉସ୍ରା ଗାଁର ୫୧ ବର୍ଷିୟା କସ୍ତୁରୀ ମିଶ୍ର ମୁମ୍ବାଇର ଟାଟା ମେମୋରିଆଲରେ ଭର୍ତ୍ତି ହୋଇଥିଲେ । ଗତକାଲି ଡାକ୍ତର କ୍ୟାନସର ଶେଷ ଷ୍ଟେଜ ନେଇ କହିବା ସହ ଘରକୁ ଫେରିବାକୁ କହିଥିଲେ । ଆଜି କସ୍ତୁରୀଙ୍କୁ ସ୍ୱାମୀ ଓ ଅନ୍ୟ ସଦସ୍ୟ ମାନେ ବିମାନ ବନ୍ଦର ନେଇଥିଲେ । ତେବେ ବିମାନ ଯାତ୍ରା ପାଇଁ ସେ ଫିଟ ନଥିବା କୁହାଯାଇଥିଲା । ଏହାପରେ ଏୟାପୋର୍ଟରେ କସ୍ତୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତା୍‌ଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଉଥିବା । ତେବେ ବାଟରେ ସେ ଆଖି ବୁଜିଥିଲେ । ଏହା ପରେ ଖବର ପାଇ ମୁମ୍ବାଇ ସ୍ଥିତ ଓଡ଼ିଶା-ମୋ ପରିବାର ସହାୟତାର ହାତ ବଢାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.