ଲୋକସେବା ଭବନରେ ଆୟୋଜିତ ହେଲା ଓଡ଼ିଶା ନଲେଜ ହବ କାର୍ଯ୍ୟକ୍ରମ,ଯୋଗଦେଲେ ଇନ୍‌ଫୋସିସ୍‌ ପୂର୍ବତନ ନିର୍ଦ୍ଦେଶକ ମୋହନଦାସ ପାଇ

କେନ୍ୟୁଜ୍(ବ୍ୟୁରେ): ଭାରତର ବିକାଶରେ ଟେକ୍ନୋଲୋଜି ଓ ଡିଜିଟାଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୦୩୦ରେ ଭାରତର ଅର୍ଥନୀତି ୧୦ ଟ୍ରିଲିୟନ ଡଲାରରେ ପହଞ୍ଚିବ । ବର୍ତ୍ତମାନ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଭଲ ସ୍ଥିତିରେ ରହିଛି । ଓଡ଼ିଶାକୁ ଡିଜିଟାଲ କ୍ଷେତ୍ର୍ରରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଲୋକସେବା ଭବନରେ ଆୟୋଜିତ ଓଡ଼ିଶା ନଲେଜ ହବ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଇନ୍‌ଫୋସିସ୍‌ ପୂର୍ବତନ ନିର୍ଦ୍ଦେଶକ ତଥା ଅକ୍ଷୟପାତ୍ର ଫାଉଣ୍ଡେସନ୍‌ର ସହ ସଂସ୍ଥାପକ ଟି.ଭି. ମୋହନଦାସ ପାଏ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.