Below header

କଟକ: କୋଅପରେଟିଭ ମିଲ୍କ ଫେଡରେନସ ୟୁନିଅନର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ସିବିଆଇ ମାମଲା ରୁୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଓମଫେଡ ସହ ଅନୁବନ୍ଧିତ କଟକ କୋଅପରେଟିଭ ମିଲକ ଫେଡରେନସ ୟୁନିଅନର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ସିବିଆଇ ମାମଲା ରୁୁଜୁ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ କୋଅପରେଟିଭି ୟୁନିୟନ ୨୦୧୮ ମସିହା ଅଡିଟ ରିପୋର୍ଟରେ ଗୋଖାଦ୍ୟକୁ ନେଇ ୧୩ ଲକ୍ଷ ଟଙ୍କାର ଦୁର୍ନୀତିର ପ୍ରମାଣ ମିଳିଥିଲା । ଏହି ଘଟଣାରେ ଷ୍ଟୋର କିପର ଦାୟିତ୍ୱରେ ଥିବା ପ୍ଲାଣ୍ଟ ଅପରେଟର ସନ୍ତୋଷ ସାମଲ ନିଲମ୍ବିତ ହୋଇଥିଲେ । କେବଳ କଟକ କୋଅପରେଟିଭ ମିଲକ ଫେଡରେସନ ନୁହେଁ ସାରା ରାଜ୍ୟରେ ଥିବା ଫେଚରେନସଗୁଡ଼ିକର କୋଟି କୋଟି ଟଙ୍କରା ଦୁର୍ନୀତି ଅଭିଯୋଗ ଆଣିଥିଲେ ସନ୍ତୋଷ । ଏ ସଂପର୍କରେ ତଦନ୍ତ କରିବାକୁ ସେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସିବିଆଇ ମାମଲା ଗ୍ରହଣ ନକରିବାରୁ ସନ୍ତୋଷ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ସନ୍ତୋଷଙ୍କୁ ଫେଡରେନସରୁ ବହିଷ୍କୃତ କରାଯାଇଥିଲା । ତେବେ ସନ୍ତୋଷଙ୍କ ଦ୍ୱାରା ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଏ ସଂପର୍କରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.