ଶସ୍ତା ହେଲା Tata Sky HD ସେଟଅପ ବକ୍ସ, ଜାଣନ୍ତୁ କଣ ରହିଛି ଅଫର

ଡାଇରେକ୍ଟ ଟୁ ହୋମ ସେବା ପ୍ରଦାନ କାରି କମ୍ପାନୀ ଟାଟା ସ୍କାଏ ପୁଣି ନିଜ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଏବେ କମ୍ପାନୀ ନିଜ ସେଟ ଅପ ବକ୍ସର ଦର ହ୍ରାସ କରିଛନ୍ତି । ଏଣିକି କମ୍ପାନୀର ଏହି ସେଟଅପ ବକ୍ସକୁ ଆପଣ ଏବେ ୧,୩୯୯ ଟଙ୍କାରେ କିଣି ପାରିବେ । ଯେବେକି ପୂର୍ବରୁ ଏହାର ଦାମ ୧୪,୯୯ ଟଙ୍କା ରହିଥିଲା । ଏଣୁ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କୁ ୧୦୦ ଟଙ୍କାର ରିହାତି ଦିଆଯାଇଛି । ରିହାତି ବାବଦ ଖବର କମ୍ପାନୀ ୱେବସାଇଟରେ ଦିଆଯାଇଛି । ଅବଶ୍ୟ ଏହା କେବଳ ସେଟ ଅପ ବକ୍ସର ଦର ଢ ଇନସ୍ଟଲେସନ ପାଇଁ ଗ୍ରାହକଙ୍କୁ କିନ୍ତୁ ଭିନ୍ନ ଭାବେ ମୂଲ୍ୟ ଦେବାକୁ ପଡିବ ।

tata sky

 

ଏହା ପରେ କମ୍ପାନୀ ମାର୍କେଟରେ ଲୋକପ୍ରିୟତା ବଢିବ ବୋଲି ଆଶା କରାଯାଉଛି । ଅନ୍ୟ ପକ୍ଷରେ ଏୟାରଟେଲ ଏଚଡ଼ି ସେଟଅପ ବକ୍ସର ଦର ୧୩,୦୦ ଟଙ୍କାରେ ମିଳିପାରିବ । କହି ରଖିବା ଉଚିତ କି କିଛି ଦିନ ପୂର୍ବରୁ ଟାଟା କମ୍ପାନୀ ନିଜ ନୂଆ ସର୍ଭିସ କୁ ଭାରତରେ ଲଞ୍ଚ କରିଥିଲେ । ଏହି ସେଟପ୍ପ ବକ୍ସ ମାଧ୍ୟମରେ ଉପଭୋକ୍ତା ମାନେ ସାଟେଲାଇଟ ଚ୍ୟାନେଲ ଓ ଆମାଜନ ପ୍ରାଇମ ଭିଡିଓ ଓ ନୋଟିଫିକେସନ ଦେଖିବାର ସୁଯୋଗ ମିଳି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.