Below header

ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ମନା ହୋଇପାରେ ନିର୍ବାଚନ, ତିଆରି ହୋଇପାରେ ଏମିତି କିଛି କାନୁନ

ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ମନା ହୋଇପାରେ ନିର୍ବାଚନ। ତିଆରି ହୋଇପାରେ ଏମିତି କିଛି କାନୁନ। ନିର୍ବାଚନରୁ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ କିଭଳି ଦୂରେଇ ରଖାଯିବ ସେ ନେଇ ରୂପରେଖ ପ୍ରସ୍ତୁତ କରିବେ ନିର୍ବାଚନ କମିଶନ। ଏଥିପାଇଁ ନିର୍ବାଚନ କମିଶନଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ଏକ ପିଟିସନ୍‌ର ଶୁଣାଣି କରି ଇସିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷଟିସ୍‌ ଆରଏଫ୍‌ ନରିମାନ ଓ ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ। ଅଶ୍ୱିନୀ ଉପାଧ୍ୟାୟ ଓ ନିର୍ବାଚନ କମିଶନଙ୍କ ଓକିଲ ଏକାଠି ବସି ଏ ନେଇ ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତିି।

Image result for Politicians with criminal records

ଶୁଣାଣି ବେଳେ କୋର୍ଟଙ୍କୁ ନିର୍ବାଚନ କମିଶନ କହିଥିଲେ, ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ନାମାଙ୍କନ କରିବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଗଲେ ରାଜନୀତିରେ ଅପରାଧକରଣ କମ୍‌ ହୋଇ ପାରନ୍ତା। ଅପରାଧ ପୃଷ୍ଠଭୂମି ଥିବା ନେତା ନେତା ସେମାନଙ୍କ ଅପରାଧର ତାଲିକା ଗଣମାଧ୍ୟମରେ ପ୍ରକାଶ କରିବାକୁ ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବେଶୀ ଫଳପ୍ରଦ ହୋଇ ନାହିଁ ବୋଲି ନିର୍ବାଚନ କମିଶନ କୋର୍ଟଙ୍କୁ କହିଥିଲେ। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ପୂର୍ବରୁ ଉପାଧ୍ୟାୟ କରିଥିବା ଏକ ପିଟିସନ୍‌ର ଶୁଣାଣି କରି ମନା କରି ଦେଇଥିଲେ ସୁପ୍ରିମକୋର୍ଟ। ଏହି ନିଷ୍ପତ୍ତି ସଂସଦ ଉପରେ ଛାଡି ଦେଇଥିଲେ। ସଂସଦ ଏଥିପାଇଁ ଆଇନ୍‌ ତିଆରି କରୁ ବୋଲି କହିଥିଲେ ସୁପ୍ରିମକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.