ଘରକୁ ନଫେରୁ କୁକୁର ସେଥିପାଇଁ ଆଖିରେ ଫେବିକଲ ଲଗାଇ ନାଳରେ ପକାଇଦେଲେ ମାଲିକ, ଯନ୍ତ୍ରଣା ଦେଖିଲେ ଟାଙ୍କୁରୀ ଉଠିବ ଆପଣଙ୍କ ଲୋମ

କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କକୁ ବହୁତ ଘନିଷ୍ଠ ବୋଲି କୁହାଯାଇଥାଏ । ଅନେକ ସ୍ଥାନରେ କୁକୁରର ବିଶ୍ୱସ୍ତତା ଦେଖିବାକୁ ମିଳିଥାଏ କିନ୍ତୁ ମଣିଷ ନିଜ ସ୍ୱାର୍ଥ ହସଲାଲ କରିବା ପରେ ଏହି ପଶୁମାନଙ୍କ ପ୍ରତି କଠୋର ହେବାପାଇଁ ମଧ୍ୟ ପଛାଏ ନାହିଁ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କଲମ୍ବିଆରେ ଯେଉଁଠି ଏକ କୁକୁରକୁ ତାର ମାଲିକ ମରିବା ପାଇଁ ନାଳକୁ ଫୋପାଡ଼ି ଦେଇଥିଲା ।

କଲମ୍ବିଆରେ ଏକ ନିରୀହ କୁକୁରକୁ ନାଳରୁ ଉଦ୍ଧାର କରାଯାଇଥିଲା ଏବଂ ଚିକିତ୍ସା ପାଇଁ ତାକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ କୁକୁରକୁ ବାହାରକୁ ବାହାର କରିବା ବେଳକୁ ଦେଖିବାକୁ ମିଳିଥିଲା ଯେ ତାର ଆଖିକୁ ଫେବିକଲ ଅଠା ଦ୍ୱାରା ସେଟ କରାଯାଇଛି । କୁହାଯାଉଛି ଯେ କୁକୁରଟି ଯେପରି ତାଘରକୁ ନଫେରିଯିବ ସେଥିପାଇଁ ତାର ମାଲିକ ତା ଆଖିରେ ଅଠା ଲଗାଇ ସେଟ କରି ରଖିଛନ୍ତି ।

ଆଖିରେ ଫେବିକଲ ଲଗାଇବା କାରଣରୁ କୁକୁରଟିର ଇନଫେକ୍ସନ ହୋଇଯାଇଥିଲା ଓ ଡାକ୍ତରମାନଙ୍କୁ କୁକୁରର ଆଖିକୁ ଠିକ କରିବା ପାଇଁ ପ୍ରାୟ ତିନି ଦିନ ସମୟ ଲାଗିଥିଲା । ହସ୍ପିଟାଲରେ ତାକୁ ଆଣ୍ଟିବାୟୋଟିକ ମଧ୍ୟ ଦିଆଯାଇଥିଲା ।

ଡାକ୍ତରଙ୍କ କହିବା ଅନୁଯାୟୀ କୁକୁରକୁ ଠିକ ହେବାପାଇଁ ପ୍ରାୟ ଚାରି ମାସ ସମୟ ଲାଗିବ । ତେବେ ଯେଉଁ ମହିଳା କୁକୁରକୁ ନାଳରୁ ବାହାର କରିଥିଲେ ସେ ତାକୁ ନିଜ ପାଖରେ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କୁକୁରଟିର ଆଉ କେଉଁଠି ଇନଫେକ୍ସନ ହୋଇଛି କି ନାହିଁ ସେକଥା ଜାଣିବା ପାଇଁ ବର୍ତ୍ତମାନ ଡାକ୍ତରମାନେ ତାର ପୁରା ଶରୀର ଯାଞ୍ଚ କରୁଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ କୁକୁରଟି ସହିତ ଏପରି ନିଷ୍ଠୁରତା କିଏ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.