ଆଉ ଭୋଗିବାକୁ ପଡ଼ିବନି ଦାନ୍ତ ଯନ୍ତ୍ରଣା, ସମସ୍ତ ପ୍ରକାର ଦାନ୍ତ ସମସ୍ୟାରୁ ସୁରକ୍ଷା ଦେବ ଏହି ପ୍ରୋଟିନ

ଏବେକା ସମୟରେ ଅଧିକାଂଶ ଲୋକଙ୍କର ଦାନ୍ତ ସମସ୍ୟା ଲାଗି ରହିଛି । ଡାକ୍ତରଙ୍କ ଅନୁଯାୟୀ ଦାନ୍ତ କ୍ୟାବିଟିଜର ଯଦି ସମୟ ଥାଉ ଥାଉ ଚିକିତ୍ସା କରାନଯାଏ ତେବେ ଏହା ଯୋଗୁଁ ଭୟଙ୍କର ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଧୀରେ ଧୀରେ ଦାନ୍ତ ସମେତ ମାଢି ବି ଇନଫେକ୍ସନ ହୋଇଯାଇପାରେ । ଏମିତିକି ସବୁ ଦିନ ପାଇଁ ଦାନ୍ତ ସବୁ ଦିନ ହରାଇବାକୁ ମଧ୍ୟ ପଡିପାରେ । ନିକଟରେ ଗବେଷକ ମାନେ ଏମିତି ଏକ ପ୍ରୋଟିନକୁ ବିକାଶ କରିଛନ୍ତି ଯାହା କ୍ୟାବିଟି ସମସ୍ୟାରୁ ମୁକ୍ତି ଦେଇପାରିବ । ଏହି ପ୍ରୋଟିନର ନାମ ରଖାଯାଇଛି H 5 । ଯାହାକି ଏକ ଆଣ୍ଟି କ୍ୟାବିଟି କୋଟିଙ୍ଗ ପରି ହିଁ କାମ କରିଥାଏ । ଏହା ଏମିତି ଏକ ପ୍ରୋଟିନ ଦାନ୍ତ ଉପରେ ଏକ ପରସ୍ତ ପକେଇ ଦିଏ ।

 

tooth ache

ଏହି ପ୍ରୋଟିନ ଦାନ୍ତର ପୁରୁଣା କ୍ୟାବିଟିକୁ ଭଲ କରିବା ସହ ନୂଆ କ୍ୟାବିଟି ହେବାରୁ ରକ୍ଷା କରିଥାଏ । ଖୁବ ଶୀଘ୍ର ଏହି ପ୍ରୋଟିନକୁ ବ୍ୟବହାର କରି ଏକ ଜେଲ ନିର୍ମାଣ କରିବା ପାଇଁ ଚେଷ୍ଟା କରା ଯାଉଛି । ଯାହାକୁ ଅତି ସହଜରେ ବ୍ୟବହାର କରାଯାଇପାରିବ । ପ୍ରୋଟିନକୁ ଉଦ୍ଭାବନ କରିଥିବା ବୈଜ୍ଞାନିକଙ୍କ ଅନୁଯାୟୀ ଦାନ୍ତ ଚିକିତ୍ସାରେ ଖୁବ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ପୂର୍ବରୁ ସତର୍କ ହୋଇଗଲେ ହୁଏତ ଆଉ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି । ପ୍ରକୃତରେ ଦାନ୍ତରେ ଜମୁଥିବା ବ୍ୟାକ୍ଟେରିଆ ଯୋଗୁଁ ଜମୁଥିବା ପ୍ଲାଙ୍କ ହିଁ କ୍ୟାବିଟିର ମୂଳ କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.