Kia Motors ଭାରତରେ ଲଞ୍ଚ କରିବାକୁ ଯାଉଛି ନିଜର ନୂଆ Sub-Compact SUV, ଜାଣନ୍ତୁ ଦାମ ଏବଂ ଡିଟେଲ୍ସ

Kia Motors India Auto Expo 2020ରେ ନିଜର ନୂଆ ଗାଡି Sub-Compact SUV ଲଞ୍ଚ କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ କିଆ ଇଣ୍ଡିଆ ଏହି Compact SUVର ଅଫିସିଆଲ ସ୍କେଚ ଜାରି କରିସାରିଛି । ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଏହି Sub-Compact SUVକୁ Kia Sonet ନାମରେ ଲଞ୍ଚ କରିପାରେ ଯଦିଓ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

Kia Motors

କୋଡ଼ ନେମ

Kia Motorsର ଏହି ନୂଆ କାରକୁ Kia QYi କୋଡନେମ ଦିଆଯାଇଛି । ତେବେ କିଆ ମୋଟର୍ସ ଅନେକ ଦେଶରେ ‘Kia Sonet’ ନାମର ଟ୍ରେଡ଼ମାର୍କ ପାଇଁ ଆବେଦନ କରିଛି । ତେବେ କିଆର ନୂଆ SUVକୁ ଟେଷ୍ଟିଙ୍ଗ ସମୟରେ ଅନେକ ଥର ଦେଖିବାକୁ ମିଳିଛି ।

Kia compact SUV concept Kia QYI Kia Sonet

ଇଂଜିନ

Kia Motorsର ଏହି ସବ-4 ମିଟର ଏସୟୁଭି Hyundai Venueର ପ୍ଲାଟଫର୍ମ ଉପରେ ଆଧାରିତ । Kia Qyiର ଇଂଜିନ ଏବଂ ଏହାର ଅନେକ କମ୍ପୋନେଣ୍ଟସ Hyundai Venueରୁ ନିଆଯାଇପାରେ । ଏଥିରେ 1.0 ଲିଟର turbocharged petrol ଇଂଜିନ ଏବଂ 1.2 ଲିଟର Kappa petrol ଇଂଜିନ ମିଳିବ । ଯାହାକି ବର୍ତ୍ତମାନ ଭେନ୍ୟୁରେ BS4 ଷ୍ଟାଣ୍ଡାର୍ଡରେ ରହିଛି । ତାସହିତ ଏଥିରେ 83PSର ପାୱାର ଏବଂ 114 Nmର ଟାର୍କ ଦିଆଯାଇଛି । ନୂଆ ଏସୟୁଭି Kia Qyiର ଗିୟରବକ୍ସରେ 7-ସ୍ପିଡ଼ ଡୁଆଲ କ୍ଲଚ ଅଟୋମେଟିକ ଏବଂ 6-ସ୍ପିଡ଼ ମାନୁଆଲ ଟ୍ରାନ୍ସମିଶନ ସାମିଲ ରହିଛି । ନୂଆ ଏସୟୁଭି Kia Qyiରେ 1.5ଲିଟର ଡିଜେଲ ଇଂଜିନ ମିଳିବ ଯେଉଁ ଇଂଜିନ Kia Seltosରେ ମଧ୍ୟ ମିଳିଥାଏ ।

Kia compact SUV concept Kia QYI Kia Sonet

ଫିଚର୍ସ

Kia Qyi sub-compact SUVର ଷ୍ଟାଇଲ Hyundai Venue ଭଳି ହୋଇପାରେ । ତେବେ ଏଥିରେ କିଛି ଡିଜାଇନ Kia Seltosରୁ ମଧ୍ୟ ପ୍ରେରିତ ହୋଇଛି । ଯେଉଁଥିରେ ରହିଛି ପ୍ରୋଜେକ୍ଟର ହେଡ଼ଲ୍ୟାମ୍ପ, ଏଲଇଡ଼ି ଡିଆରଏଲ ଇତ୍ୟାଦି ରହିଛି । Kia Qyiର ଈଣ୍ଟେରିୟର ଡିଜାଇନ ଉପରକୁ ଆସିଲେ ଏଥିରେ Venue ଏବଂ Seltos ଭଳି ଅନେକ କମ୍ଫର୍ଟ ଏବଂ ଲାଟେଷ୍ଟ କନେକ୍ଟିଭିଟି ଫିଚର୍ସ ମିଳିବ ବୋଲି ଆଶା କରାଯାଉଛି । ତାସହିତ ଏଥିରେ 360 ଡିଗ୍ରୀର କ୍ୟାମେରା ମିଳିବ ଯାହାକି ଏହି ସେଗମେଣ୍ଟ ଗାଡି ମାନଙ୍କ ମଧ୍ୟରେ ପ୍ରଥମଥର ପାଇଁ ମିଳିବାକୁ ଯାଉଛି । ଏହା ବ୍ୟତୀତ UVO କନେକ୍ଟିଭିଟି ଟେକ୍ନୋଲୋଜି, ଆପଲ କାରପ୍ଲେ, ଆଣ୍ଡ୍ରଏଡ଼ ଅଟୋ ସହିତ 8 ଇଞ୍ଚର ଟଚସ୍କ୍ରୀନ ଇନ୍ଫୋଟେନମେଣ୍ଟ ସିଷ୍ଟମ, ସନରୁଫ ଏବଂ ରିମୋଟ ଅପରେସନ ସହିତ କ୍ଲାଈମେଟ କଣ୍ଟ୍ରୋଲ, କୄଜ କଣ୍ଟ୍ରୋଲ, ଓୟାରଲେସ ଫୋନ ଚାର୍ଜିଙ୍ଗ ଭଳି ଫିଚର୍ସ ମିଳିପାରେ ।

Kia seltos cabin

ଦର

Kia Motorsର ଏହି ଏସୟୁଭି Maruti Brezza, Tata Nexon, Hyundai Venue, Ford EcoSportର ଗାଡି ଗୁଡିକୁ ଟକ୍କର ଦେବ । ଯଦିଓ ଏହି ଗାଡିର ଦର ବିଷୟରେ କିଛି କୁହାଯାଇନାହିଁ କିନ୍ତୁ ଭାରତରେ ଏହାର ଦର 6.8ରୁ 11.4 ଲକ୍ଷ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.