ଓଡ଼ିଶା ମୋଟରଯାନ ଟିକସ ଆଇନ- ୧୯୭୫ର କରାଯାଇଛି ସଂଶୋଧନ

ଭୁବନେଶ୍ବର : ସଂଶୋଧନ ପୂର୍ବରୁ ସମସ୍ତ ବ୍ୟକ୍ତିଗତ ଯାନର ଏକକାଳୀନ ଟିକସ ଗାଡ଼ି ମୂଲ୍ୟର ଶତକଡ଼ା ୫ ପ୍ରତିଶତ ହାରରେ ଆଦାୟ କରାଯାଉଥିଲା। ଏହି ସଂଶୋଧନ ପୂର୍ବରୁ ୫ଟି ବର୍ଗ ଯଥା- ୬, ୮, ୧୦, ୧୨ ଓ ୨୦ ହିସାବରେ ଆଦାୟ ହେଉଛି। ଫଳରେ ରାଜ୍ୟରେ ଗାଡ଼ି ବିକ୍ରି କମିଛି। ଲୋକମାନେ ବାହାର ରାଜ୍ୟରୁ ଗାଡ଼ି କିଣି ସେଠାରେ ପଞ୍ଜୀକରଣ କରିବା ସହ ରାଜସ୍ୱ ମଧ୍ୟ କମୁଛି । ଏବେ ଓଡ଼ିଶା ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ ୧୯୭୫ର ଧାରା ୧୫ ବଳରେ ଏହି ଟିକସର ସଂସୋଧନ କରି ୬, ୮ ଓ ୧୦ ପ୍ରତିଶତରେ ସୀମିତ ରଖିବାକୁ ପ୍ରସ୍ତାବ ରଖିଛନ୍ତି। ଶୀତତାପ ନିୟନ୍ତ୍ରିତ ବସ୍ ପାଇଁ ବର୍ଦ୍ଧିତ ହାରରେ ଟିକସ ଆଦାୟ ହେଉଥିବାରୁ ବସ ମାଲିର ମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବସ ମାଲିକଙ୍କ ଦାବୀକୁ ବିଚାରକୁ ନେଇ ସରକାର ଏହି ଟିକସ୍ ପରିମାଣ କମାଇବା ପାଇଂ ସ୍ଥିର କରିଛନ୍ତି। ଏସବୁ ସହିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ଓଡ଼ିଶା ଅମଲା ସେବା ନିୟମାବଳୀ ୪- ୧୯୯୪ର ସଂଶୋଧନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନ୍ତର୍ଗତ ଓଡ଼ିଶା ଶ୍ରମ ସେବା କ୍ୟାଡରର ପୁନର୍ଗଠନ, ସଶକ୍ତିକରଣ ପାଇଁ ବେତନ ସଂଶୋଧନ ପ୍ରସ୍ତାବ, ୧୨ଲକ୍ଷ ୯ହଜାର ୧୬୭ ଜଣ ଲୋକ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନାରେ , ୪୪ ଲକ୍ଷ ୮ହଜାର ୭୦ ଜଣ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକୃତ ହିତାଧିକାରୀ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ୨୦୧୯ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ କରାଯିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବସୁଧା ଯୋଜନାରେ ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ଇପିସି ନିବିଧା ମାଧ୍ୟମରେ କାର୍ୟ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ଫସ ଅର୍ଥ ୧୫ଟ କୋଟିରୁ ୪ଶହ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.