ସରିଲା ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ

ବର୍ଷା ସତ୍ତ୍ୱେ ହଜାର ହଜାର ଭକ୍ତ ଆଜି ସାଂଧ୍ୟ ଦର୍ଶନ କରିଛନ୍ତି

ପୁରୀ : ରାତି ପାହିଲେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆଡ଼ପମଣ୍ଡପରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଥିଲା ସାଂଧ୍ୟ ଦର୍ଶନ । ପୁରୀରେ ଦିନତମାମ ବର୍ଷା, ଭକ୍ତଙ୍କ ଉପରେ ପ୍ରଭାବ ପକାଇପାରିନଥିଲା । ହଜାର ହଜାର ଭକ୍ତ ସାଂଧ୍ୟ ଦର୍ଶନ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏବେ ବର୍ଷେ ଅପେକ୍ଷା।

ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ନୀଳକନ୍ଦରକୁ ଫେରିବେ ନୀଳମଣି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ପାଖରେ ୩ ରଥ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ । ନୀତିକାନ୍ତି ଶୀଘ୍ର ସାରିବା ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଦିଆଯାଉଛି ଗୁରୁତ୍ୱ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୪୦ ପ୍ଲାଟୁନ ପୋଲିସ ଓ ୧ ହାଜରରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡରେ ବର୍ଷା ଜଳ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଜଳ ନିଷ୍କାସନ ସହ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ଶୃଙ୍ଖଳିତ ରଥଟଣାକୁ ଗୁରୁତ୍ୱ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.