Below header

ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ବ୍ୟୟ ବରାଦ ହେବ ୨ ହଜାର କୋଟି ଟଙ୍କା

ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ପ୍ରମୁଖ ଉପସ୍ଥିତ ।

ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ପ୍ରମୁଖ ଉପସ୍ଥିତ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ବାନ ।

ରାଜ୍ୟ ସବୁବେଳେ ପ୍ରତିଟି ବିପର୍ଯ୍ୟୟ କୁ ସଫଳତାର ସହ ମୁକାବିଲା କରିଛି । ଚଳିତ ବର୍ଷ ଘଟିଥିବା ବାହାନଗା ଟ୍ରେନ ଟ୍ରାଜେଡି ତାହାର ସବୁଠୁ ବଡ଼ ଉଦାହରଣ ।ବିପର୍ଯ୍ୟୟ ମୁକାବିଲା କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ,କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ୟୁନିଟ ଖୋଲାଯିବ । ବିପର୍ଯ୍ୟୟ ବେଳେ ଘଟଣା ସ୍ଥଳରେ କମ ସମୟରେ ମଧ୍ୟରେ ଟିମ ପହଁଚିବା ପାଇଁ ଏହି ୟୁନିଟ ଖୋଲାଯିବ। ଉପକୂଳବର୍ତ୍ତି ଜିଲ୍ଲାର ୧୦ ହଜାର ଗାଁ କୁ ନେଇ ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯିବ। ପଂଚାୟତସ୍ତରରୁ ବିପର୍ଯ୍ୟୟ ମୁକାବିଲା ପ୍ଲାନ ପ୍ରସ୍ତୁତ କରାଯିବ। ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ ।

ସବୁ ପଞ୍ଚାୟତରେ ଲାଗିବ ଅଟୋମେଟଡ ୱେଦର ଓ ରେନ ଗଜ ଷ୍ଟେସନ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ: ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ନେବେ ପ୍ରଶିକ୍ଷଣ ସହ ସବୁ ଗାଁରେ ୧୦ ଜଣଙ୍କୁ ରେଡ କ୍ରସ ପକ୍ଷରୁ ଦିଆଯିବ ଟ୍ରେନିଂ ବୋଲି ସଚିବ ମୁଖ୍ୟ କହିଛନ୍ତି ।
ବିପର୍ଯ୍ୟୟ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଛି ।

ବାହାନଗା ଟ୍ରେନ ଟ୍ରାଜେଡିରେ ଆମେ ଭଲ କାମ କରିଛନ୍ତି । ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ଚିନ୍ତାଜନକ । ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାଵ କମ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ ODRAF ଟିମ ରହିବେ । ଏବେ ରାଜ୍ୟରେ ୨୦ଟି ODRAF ଟିମ ରହିଛି । ଚାରିଆଡ଼େ ପକ୍କା ଘର ହୋଇଗଲାଣି । ଆଉ ପଲିଥିନ ଦରକାର ନାହିଁ । ତଥାପି ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ପଲିଥିନ ରଖାଯାଇଛି ବୋଲି କହିଛନ୍ତି  src ସତ୍ୟବ୍ରତ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.