ବକ୍ସ ଅଫିସରେ ଧମାଲ କରୁଛି ‘ଲିଓ’, ୫୦୦ କୋଟି ଟପିଲା କଲେକ୍ସନ

ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ 'ଲିଓ' ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ସାକନିଲ୍କଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୱାର୍ଲଡୱାଇଡ ୫୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିଛି ।

ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କ ଅଭିନୀତ ଫିଲ୍ମ ‘ଲିଓ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଫିଲ୍ମ ଟି ଆକ୍ସନ ଏବଂ ଥ୍ରୀଲର ଷ୍ଟୋରୀରେ ଭରପୁର ଯାହା ଲୋକଙ୍କ ହୃଦୟ ଜିତିନେଇଛି । ଥଲାପତି ବିଜୟଙ୍କ ଏହି ଫିଲ୍ମ ଏବେ ପର୍ଯ୍ୟନ୍ତ ବକ୍ସ ଅଫିସରେ ରାଜ କରୁଛି । ୱାର୍ଲଡୱାଇଡ ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ନିଜ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ‘ଲିଓ’ ହେଉଛି ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ଯାହା ତାମିଲ ଭାଷାରେ ନିର୍ମିତ, ଏହା ହିନ୍ଦୀ ସମେତ ଅନ୍ୟ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି । ଦମଦାର ଡାଇଲଗରେ ଭରପୁର ଏହି ଫିଲ୍ମଟି ମାତ୍ରା ୧୦ ଦିନରେ ବହୁତ ସଫଳତା ଲାଭ କରିଛି । ସାକନିଲ୍କଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୱାର୍ଲଡୱାଇଡ ୫୦୦ କୋଟି ଟଙ୍କା କ୍ଲବରେ ପ୍ରବେଶ କରିଛି ।

ଫିଲ୍ମ କ୍ରିଟିକ ରମେଶ ବାଲା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ‘ଲିଓ’ ରୁଷରେ ୧୨ ଲକ୍ଷ ଟଙ୍କା ରୋଜଗାର କରିଛି ଏବଂ ୟୁଏଇରେ ଏହି ଫିଲ୍ମ ୨୯ କୋଟିରୁ ଅଧିକ ଆୟ କରିଛି । ଲୋକେଶ କନଗରାଜଙ୍କନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଖୁବ ବିବାଦରେ ରହିଥିଲା । ଏଥିପାଇଁ ମାଡ୍ରାସ ହାଇକୋର୍ଟ ୨୦ ଅକ୍ଟୋବର ପର୍ଯ୍ୟନ୍ତ ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଫିଲ୍ମରେ ବିଜୟ କିଛି ଅପଶବ୍ଦ କହିଥିବାରୁ ଲୋକମାନେ ଏହାର ବିରୋଧ କରିଥିଲେ । ଏହାକୁ ରିଲିଜ କରିବା ପୂର୍ବରୁ ପ୍ରଡ଼କ୍ସନ ହାଉସ ମାଡ୍ରାସ ହାଇକୋର୍ଟରେ ପେଟିସନ୍ ଫାଇଲ କରିଥିଲେ ।

ସୂଚନାଯୋଗ୍ୟ, ବିଜୟ ଥଲାପତି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ସଞ୍ଜୟ ଦତ୍ତ ଭିଲିଆନ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ତ୍ରିଶା କୃଷ୍ଣନ, ଅର୍ଜୁନ ସରଜା ଏବଂ ପ୍ରିୟ ଆନନ୍ଦ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.