Below header

କେରଳ ଏର୍ଣ୍ଣାକୁଲମ କନ୍‌ଭେନସନ ସେଣ୍ଟର ବିସ୍ଫୋରଣ, ଟିଫିନ ବୋମା ଏବଂ ଆଇଇଡି ବିସ୍ଫୋରକ ଭିତରକୁ ଲୁଚାଇ ନିଆଯାଇଥିଲା

କେରଳ ଏର୍ଣ୍ଣାକୁଲମ କନ୍ଭେନସନ୍ ହଲରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣରେ ଆଇଇଡି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ବିସ୍ଫୋରଣ ପାଇଁ ଇନସୋୟରୀ ଡିଭାଇସର ବ୍ୟବହାର କରାଯାଇଥିଲା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସହିତ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

କେରଳ ଏର୍ଣ୍ଣାକୁଲମ କନ୍ଭେନସନ୍ ହଲରେ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଅନେକ ଗୁରୁତର ରହିଛନ୍ତି । ତେବେ ଏହି ମାମଲାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁ ଆଇଇଡି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ବିସ୍ଫୋରଣ ପାଇଁ ଇନସୋୟରୀ ଡିଭାଇସର ବ୍ୟବହାର କରାଯାଇଥିଲା । ବିସ୍ଫୋରଣ ପରେ ମୁମ୍ବାଇ ଓ ପୁନେରେ ସତର୍କ ସୂଚନା ଦିଆଯାଇଛି ।

ଆଜି ସକାଳେ କେରଳର ଏର୍ଣ୍ଣାକୁଲାମର କଳାମସେରୀ ସ୍ଥିତ କନ୍‌ଭେନସନ ହଲରେ ଖୀଷ୍ଟ୍ର ଧର୍ମାଲମ୍ବୀଙ୍କ ପ୍ରାର୍ଥନା ସଭା ଚାଲିଥିଲା । ଏହି ସମୟରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ । ପ୍ରଥମେ ୯.୩୦ ମିନିଟରେ ବିସ୍ଫୋରଣ ହୋଇଥିଲା । ପାଖାପାଖି ୧୫-୨୦ ମିନିଟ୍‌ ଭିତରେ ୩ଟି ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସହିତ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣ ଯୋଗୁଁ କେତେକ ଆହତ ହୋଇଥିବା ବେଳେ ଭୟରେ ସମ୍ମଳନୀ କେନ୍ଦ୍ରରୁ ଧାଇଁ ପଳାଉଥିବା ବେଳେ ଆଉ କେତେ ଜଣ ପଡ଼ିଯିବାରୁ ବା ଅନ୍ୟ କ‌ୌଣସି କାରଣରୁ ଆହତ ହୋଇଛନ୍ତି।

ବିସ୍ଫୋରଣ ଖବର ପାଇ ଘଟଣାସ୍ଥଳରେ ଏନଆଇଏ, ଓ କେରଳ ପୋଲିସ ପହଞ୍ଚିଥିଲେ । କେହି ଯେପରି ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁ ଟିଫିନ୍ ଭିତରେ ରଖାଯାଇଥିଲା । ଏହି ସିରିଜ ବିସ୍ଫୋରଣର ତଦନ୍ତ ଏନ୍ଆଇ ଓ NSG କରୁଛନ୍ତି ।

ଖବର ମୁତାବକ, କେରଳର ଏର୍ଣ୍ଣାକୁଲମର କଳାମାସେରୀ ସ୍ଥିତି ଏକ କନଭେନସନ ହଲରେ ପ୍ରାର୍ଥନା ସଭା ଚାଲିଥିଲା । ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ସରକାରୀ ମେଡିକାଲ କଲେଜରେ ହସପିଟାଲରେ ଭର୍ତ୍ତି କରାଯାଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ବିସ୍ଫୋରଣ ପରେ କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି । ତେବେ ଏହି ସିରିୟଲ ବିସ୍ଫୋରଣର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି ।

ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.