କେରଳ ବିସ୍ଫୋରଣ ପରେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ; ଜନଗହଳିପୂର୍ଣ୍ଣ ସ୍ଥାନରେ ରଖାଯିବ କଡ଼ା ନଜର

କେରଳରେ ବୋମା ବିସ୍ଫୋରଣ ପରେ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶର ଲ’ ଆଣ୍ଡ୍‌ ଅର୍ଡର ଡିଜି ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି। ୟୁପି ଏଟିଏସକୁ ମଧ୍ୟ ସତର୍କ ରହିବାକୁ ଆଦେଶ ଦିଆଯାଇଛି।

କେରଳରେ ବୋମା ବିସ୍ଫୋରଣ ପରେ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶର ଲ’ ଆଣ୍ଡ୍‌ ଅର୍ଡର ଡିଜି ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କତା ଜାରି କରିଛନ୍ତି। ୟୁପି ଏଟିଏସକୁ ମଧ୍ୟ ସତର୍କ ରହିବାକୁ ଆଦେଶ ଦିଆଯାଇଛି ଏବଂ ଗତ କିଛି ଦିନ ମଧ୍ୟରେ ମିଳିଥିବା ଇନ୍‌ପୁଟଗୁଡ଼ିକର ଯାଞ୍ଚ ପାଇଁ ଟିମ୍‌କୁ ନିୟୋଜିତ କରାଯାଇଛି।

ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ସହ ଜଡିତ ପ୍ରତ୍ୟେକ କାର୍ଯ୍ୟକ୍ରମ ଉପରେ ନଜର ରଖାଯିବ। କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଲୋକମାନଙ୍କ ସହିତ ଭର୍ଚୁଆଲ ଭାବେ ଯୋଡ଼ି ହେଉଥିବା ଲୋକଙ୍କ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରାଯିବ। ସୂଚନା ରହିଛି, କେରଳରେ ତିନି ଦିନିଆ କାର୍ଯ୍ୟକ୍ରମରେ ହମାସ୍ ଲିଡର୍‌ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।

କେରଳ ଘଟଣାକୁ ନେଇ ୟୁପି ପୋଲିସକୁ ଆଲର୍ଟ କରାଯାଇଛି। କାନପୁର, ମେରଠ, ବାରାଣସୀ, ଆଲିଗଡ, ଲକ୍ଷ୍ନୌ, ହାପୁଡ଼, ବାଗପତ, ବରେଲି, ରାମପୁର, ଆଗ୍ରା ସମେତ ଅନେକ ଜିଲ୍ଲାରେ ସ୍ୱତନ୍ତ୍ର ନଜର ରଖିବାକୁ ଆଦେଶ ଜାରି ହୋଇଛି।

ସେପଟେ ଦିଲ୍ଲୀ ପୋଲିସ ମଧ୍ୟ ହାଇ ଆଲର୍ଟରେ ରହିଛି। ବିଶେଷ କରି ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଦିଲ୍ଲୀ ସ୍ପେଶାଲ୍ ସେଲ୍ ନିରନ୍ତର ଭାବେ ଗୁଇନ୍ଦା ଏଜେନ୍ସି ସହ ଯୋଗାଯୋଗରେ ଅଛି। ଏହି ସମୟରେ କୌଣସି ବି ଇନପୁଟ୍‌କୁ ହାଲୁକା ଭାବେ ଗ୍ରହଣ କରାଯିବ ନାହିଁ। ଜନଗହଳିପୂର୍ଣ୍ଣ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

କେରଳର କଲାମସେରିସ୍ଥିତ ସମ୍ମିଳନୀ କେନ୍ଦ୍ରରେ ହୋଇଥିବା ଏହି ବିସ୍ଫୋରଣ ପରେ ରାଜ୍ୟର ସମସ୍ତ ୧୪ଟି ଜିଲ୍ଲା ମୁଖ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ମୁଖ୍ୟତଃ ରେଳ ଷ୍ଟେସନ ଏବଂ ବସ୍ ଷ୍ଟେସନ ଆଖପାଖ ସ୍ଥାନରେ ସାବଧାନ ରହିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.