ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜୟନ୍ତୀରେ ଲଞ୍ଚ ହେବ ‘ମେରା ଯୁବା ଭାରତ’, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ଆଜି ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଛନ୍ତି।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମର ଏହା ହେଉଛି ୧୦୬ ତମ ଏପିସୋଡ୍ । ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଲୋକାଲ ଜିନିଷ କଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ଆଜି ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଛନ୍ତି।

ସେ କହିଛନ୍ତି ବନ୍ଧୁଗଣ ୩୧ ଅକ୍ଟୋବରରେ ଏକ ବହୁତ ବଡ ରାଷ୍ଟ୍ରବ୍ୟାପୀ ସଂଗଠନର ଶୁଭାରମ୍ଭ ହେବାକୁ ଯାଉଛି । ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହା ସଂଗଠନ ଆରମ୍ଭ ହେବ ଯାହାର ନାମ ହେଉଛି ‘ମୋ ଯୁବ ଭାରତ’ ଅର୍ଥାତ MY BHARAT, MY BHARAT ସଂଗଠନ । ଭାରତର ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ର ନିର୍ମାଣ ବିଭିନ୍ନ ଆୟୋଜନରେ ସକ୍ରିୟ ଭୂମିକା ତୁଲାଇବାକୁ ଏହି ସଂଗଠନ ଅବସର ଦେବ । ଏହା ବିକଶତି ଭାରତ ନିର୍ମାଣରେ ଯୁବଶକ୍ତିକୁ ଏକଜୁଟ କରିବାକୁ ପ୍ରୟାସ ହେବ । ମୋ ଯୁବ ଭାରତ ୱେବସାଇଟ୍‌ ଆରମ୍ଭ ହେବାକୁ ଯାଉଛି । ମୁଁ ଯୁବଗୋଷ୍ଠୀଙ୍କୁ ଅନୁଗୋଧ କରୁଛି ମୋ ଦେଶର ଯୁବଶକ୍ତି mybharat.gov.inରେ ରେଜିଷ୍ଟ୍ରେସନ୍‌ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସାଇନ ଅପ କର ।

ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍‌ରେ ମାତ୍ର ଗୋଟିଏ ଖଦି ଷ୍ଟୋର୍‌ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି ।

ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ – ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ନଭେମ୍ବର ୧୫ ତାରିଖରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ । ଏହିଦିନ ବିର୍ଷା ମୁଣ୍ଡାଙ୍କ ଜନ୍ମଜୟନ୍ତୀ।

ସମଗ୍ର ଦେଶରେ ମହୋତ୍ସବ ଲାଗିଥିବା ବେଁଳେ ‘ମନ୍‌ କୀ ବାତ୍‌’ର ଏହି ସଂସ୍କରଣରେ ଆଗାମୀ ପର୍ବପର୍ବାଣି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ‘ଭୋକାଲ୍‌ ଫର୍‌ ଲୋକାଲ୍‌’ ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍‌ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।

 

You might also like