ଟ୍ରୋଲ୍‌ ପରେ ଲୋକଙ୍କ ମୁହଁ ବନ୍ଦ କଲେ ଦୀପିକା, ଭିଡିଓ ମାଧ୍ୟମରେ ଦେଲେ ଜବାବ

ଟ୍ରୋଲ୍‌ ପରେ ଦୀପିକା ପାଦୁକୋନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଁଣ୍ଟରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି । ଦୀପିକାଙ୍କ ଏହି ଫନି ଭିଡିଓରେ ତାଙ୍କ ସ୍ୱାମୀ ରଣବୀର ସିଂହ ମଧ୍ୟ ରିଆକ୍ଟ କରିଛନ୍ତି । ଏହି ଭିଡିଓରେ ଦୀପିକା ନିଜକୁ ପ୍ରଶଂସା କରୁଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଜଷ୍ଟ ଓ୍ବାଓ’ ଟ୍ରୋଲ୍‌ ହେବା ପରେ ଏହା ଦୀପିକାଙ୍କର ପ୍ରଥମ ପୋଷ୍ଟ।

(କେନ୍ୟୁଜ): ଦୀପିକା ପାଦୁକୋନ-ରଣବୀର ସିଂହ ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ହେଡ଼ଲାଇନରେ ଅଛନ୍ତି । ‘କଫି ଓ୍ବିଥ୍‌ କରନ -୮’ରେ ସାମିଲ ହୋଇ ଏହି କପଲ ପରସ୍ପର ବିଷୟରେ ବହୁତ କିଛି କହିଥିଲେ। ତେବେ ଏହି ଶୋ’ରେ ଦୀପିକା କହିଥିବା କିଛି କଥା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଦୀପିକା ପାଦୁକୋନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଁଣ୍ଟରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି ।

ଦୀପିକାଙ୍କ ଏହି ଫନି ଭିଡିଓରେ ତାଙ୍କ ସ୍ୱାମୀ ରଣବୀର ସିଂହ ମଧ୍ୟ ରିଆକ୍ଟ କରିଛନ୍ତି । ଏହି ଭିଡିଓରେ ଦୀପିକା ନିଜକୁ ପ୍ରଶଂସା କରୁଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଜଷ୍ଟ ଓ୍ବାଓ’ ଟ୍ରୋଲ୍‌ ହେବା ପରେ ଏହା ଦୀପିକାଙ୍କର ପ୍ରଥମ ପୋଷ୍ଟ।

ନିକଟରେ କରଣ ଜୋହାରଙ୍କ ସବୁଠାରୁ ଚର୍ଚ୍ଚିତ ଶୋ କଫି ୱିଥ କରଣ ୮ର ପ୍ରଥମ ଗେଷ୍ଟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ରହିଛନ୍ତି । ଏହି ଶୋରେ ଦୀପିକା ଏବଂ ରଣବୀର ନିଜ ଜୀବନର କିଛି କଥା ସେୟାର କରିଛନ୍ତି, ଯାହାପରେ ଏହି ଚର୍ଚ୍ଚା ଲାଗି ରହିଛି । ସେହିପରି ଦୀପିକା ସେହି ଟ୍ରୋଲର୍ସମାନଙ୍କୁ ଉପଯୁକ୍ତ ଉତ୍ତର ଦେଇ ମୁହଁ ବନ୍ଦ କରାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଛାଡିଥିବା ଏକ ଫନି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଏକ ଲିପ୍ସିଙ୍ଗ କରି “ସୋ ବିୟୁଟିଫୁଲ୍.. ଜଷ୍ଟ ଲୁକିଙ୍ଗ ଲାଇକ ଅ ୱାଓ…’ କହିଛନ୍ତି । ରଣବୀର ସ୍ତ୍ରୀ ଦୀପିକାଙ୍କ ଭିଡିଓ ଦେଖିବା ପରେ ହସିବା ବନ୍ଦ କରିପାରି ନ ଥିଲେ। ସେ ମନ୍ତବ୍ୟ ଦେଇଥିଲେ ‘ହା ହା ହା ହା! ଡେଡ୍‌। କରଣ ଜୋହର ମଧ୍ୟ ଲେଖିଛନ୍ତି, ‘ମୁଁ ଏଥିରେ ଅପ୍‌ସେଟ୍‌ ଅଛି।’

୨୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ‘କଫି ଓ୍ବିଥ୍‌ କରନ-୮’ ରେ ଦୀପିକା ଏବଂ ରଣବୀର ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦୁହେଁ ସେମାନଙ୍କର ପ୍ରେମ କାହାଣୀ ବିଷୟରେ କଥାବାର୍ତ୍ତା ହୋଇଥିଲେ। ତା’ପରେ ଦୀପିକା କହିଥିଲେ, ରଣବୀରଙ୍କ ସହ ସମ୍ପର୍କର ପ୍ରଥମ ପର୍ଯ୍ୟାୟରେ ସେ ଅନ୍ୟ ପୁଅମାନଙ୍କୁ ମଧ୍ୟ ଡେଟ୍‌ କରୁଥିଲେ। କିନ୍ତୁ ତାଙ୍କ ମନରେ ରଣବୀରଙ୍କ ପ୍ରତି ପ୍ରତିବଦ୍ଧ ଥିଲେ। ଦୀପିକାଙ୍କଠାରୁ ଏହି କଥା ଶୁଣିବା ପରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ତେବେ ସେଲିବ୍ରିଟିମାନଙ୍କଠାରୁ ଦୀପିକାଙ୍କୁ ଯେତେ ପ୍ରଶଂସା ମିଳିଥିଲା, ପ୍ରଶଂସକମାନେ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଜଣେ ୟୁଜର କହିଥିଲେ, ‘ରଣବୀର ସିଂଙ୍କୁ ପ୍ରତାରଣା କରିଥିବା ଏହି ବ୍ୟକ୍ତି କି?’ ଆଉ ଜଣେ କବିତା ଆକାରରେ ଲେଖିଛନ୍ତି, ‘ବଓ୍ବୋଫା, ତେରା ମାସୁମ ଚେହେରା ଦିଲ୍‌ ଲଗାନେ କେ କାବିଲ୍‌ ନେହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.