ଇଣ୍ଡୋନେସିଆ: ହଠାତ୍‌ ଭାଙ୍ଗିଗଲା କାଚ ସେତୁ, ୩୦ ଫୁଟ୍‌ ତଳକୁ ଖସି ପ୍ରାଣ ହରାଇଲେ ପର୍ଯ୍ୟଟକ

ବିଶ୍ୱର ଏକ ସୁନ୍ଦର ମନଲୋଭା ଟୁରିଷ୍ଟ୍‍ ପ୍ଲେସ୍‌ ହେଉଛି, ଇଣ୍ଡୋନେସିଆର ପ୍ରସିଦ୍ଧ ଗ୍ଲାସ୍ ବ୍ରିଜ୍। ଏକ ବଡ଼ ହାତ ସଦୃଶ ସପୋର୍ଟରେ ଏହି କାଚ ସେତୁ ତିଆରି ହୋଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ଗ୍ଲାସ୍ ବ୍ରିଜ୍ ଅତିକ୍ରମ କରିବାର ରୋମାଞ୍ଚକୁ ଅନୁଭବ କରିବାକୁ ଯାଆନ୍ତି।

ବିଶ୍ୱରେ ଅନେକ ସ୍ଥାନ ରହିଛି, ଯାହା ନିଜର ଅନନ୍ୟ ବୈଶିଷ୍ଟ୍ୟ ପାଇଁ ପ୍ରସିଦ୍ଧ। କିଛି ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ତ ଆଉ କିଛି ମନୁଷ୍ୟକୃତ। ଏଥି ମଧ୍ୟରୁ ଏକ ସୁନ୍ଦର ମନଲୋଭା ଟୁରିଷ୍ଟ୍‍ ପ୍ଲେସ୍‌ ହେଉଛି, ଇଣ୍ଡୋନେସିଆର ପ୍ରସିଦ୍ଧ ଗ୍ଲାସ୍ ବ୍ରିଜ୍। ଏକ ବଡ଼ ହାତ ସଦୃଶ ସପୋର୍ଟରେ ଏହି କାଚ ସେତୁ ତିଆରି ହୋଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ଗ୍ଲାସ୍ ବ୍ରିଜ୍ ଅତିକ୍ରମ କରିବାର ରୋମାଞ୍ଚକୁ ଅନୁଭବ କରିବାକୁ ଯାଆନ୍ତି।

କିନ୍ତୁ ନିକଟରେ ଏହି ସେତୁ ଉପରେ ଘଟିଛି ଏକ ବଡ଼ ଦୁର୍ଘଟଣା, ଯେଉଁଥିରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାର ଏକ ଛାତିଥରା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି କି, ଜଣେ ପର୍ଯ୍ୟଟକ କାଚ ବ୍ରିଜ୍‌ର ୩୦ ଫୁଟ୍‌ ତଳକୁ ଖସି ପଡ଼ୁଛନ୍ତି।

ଦୁର୍ଘଟଣା ସମୟରେ ଅନେକ ଲୋକ ଏହି ବ୍ରିଜ ଉପରେ ଛିଡ଼ା ହୋଇଥିଲେ। ହଠାତ୍‌ ଏହି ସମୟରେ ବ୍ରିଜ୍‌ର ଏକ ଗ୍ଲାସ ଭାଙ୍ଗିଯାଇଥିଲା। ଫଳରେ ଏହା ଉପରେ ଥିବା ପର୍ଯ୍ୟଟକ ଜଣକ ତଳେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ସେତୁ ଭାଙ୍ଗିବାର ଦେଖି ଉପସ୍ଥିତ ଅନେକ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେପଟେ ଅନ୍ୟ ଜଣେ ପର୍ଯ୍ୟଟକ ବ୍ରିଜର ଗ୍ଲାସରେ ଫସି ରହିଥିବା ବେଳେ ଅନ୍ୟମାନେ ତାଙ୍କୁ ଟାଣି ଆଣିଥିଲେ। ଏବେ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ପୂର୍ବରୁ ଅନେକ ଲୋକ ଏହି ବ୍ରିଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଅନୁସାରେ, ଏହି ସେତୁ ସୁରକ୍ଷିତ ନୁହେଁ। ଏହି ସମସ୍ୟାର ସମାଧାନ ପାଇଁ ବୈଠକ କରିବାକୁ ଅନେକ ବାର ଚେଷ୍ଟା କରାଯାଇଥିଲା, ହେଲେ ବ୍ରିଜ ମ୍ୟାନେଜର କିନ୍ତୁ ମନା କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.