Below header

ଗଞ୍ଜାମ ଜିଲ୍ଲା ଗସ୍ତରେ ଓଡିଶା ପୋଲିସ ଡିଜି ଅଭୟ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି ଓଡିଶା ପୋଲିସ ଡିଜି ଅଭୟ। ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ସେଠାକୁ ଯାଇ ଲକ୍‌ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହି ସମୟରେ ଦକ୍ଷିଣାଞ୍ଚଳ DIGଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ଆଲୋଚନା ସମୟରେ ବ୍ରହ୍ମପୁର ଏସ୍‌ପି ଓ ଗଞ୍ଜାମ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ଲକ ଡାଉନ ସ୍ଥିତି ସମୀକ୍ଷା କରିବା ପାଇଁ ଅନେକ ଥର ପୋଲିସ ଡିଜି ଗଂଜାମ ଜିଲ୍ଲା ଗସ୍ତ କରିଛନ୍ତି ।

କହିରଖିବା ଉଚିତ ହେବକି ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକାରେ ଏବେ ଏହି ଜିଲ୍ଲା ଏକ ନମ୍ବରରେ ରହିଛି । ମାତ୍ର ୮ ଦିନ ଭିତରେ ଏଠାରେ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ପଛକୁ ଅଛି ଖୋର୍ଦ୍ଧା ଜିଲ୍ଲା ।ଏହା ବାଦ ଗଂଜାମ ଜିଲ୍ଲା ଗସ୍ତରେ ଆଇସିଏମଆର, ଆରଏମଆରସି ଓ ଡବ୍ଲୁଏଚଓ ପ୍ରତିନିଧି ଗଣ ବି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.