ଓଡ଼ିଶା ପୋଲିସକୁ ସଡ଼କ ଦୁର୍ଘଟଣା ଚିନ୍ତା, ୨୦୧୮ରେ ବଢ଼ିଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ପୋଲିସକୁ ସଡ଼କ ଦୁର୍ଘଟଣା ଚିନ୍ତା । ୨୦୧୮ରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଏହାର ମୁକାବିଲା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟର ବଛାବଛା ପୋଲିସ ଅଧିକାରୀଙ୍କ ବୈଠକରେ ଆଲୋଚନା କରାଯାଇଛି। ଏଥିରେ ଯୋଗ ଦେଇଥିଲେ ପୋଲିସ ଡିଜି। ତଥ୍ୟ ଅନୁସାରେ, ୨୦୧୬ରେ ୧୦ହଜାର ୫୩୨ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ଥିଲା ୧୦ ହଜାର ୮୫୫ । ୨୦୧୮ରେ ଏହା ୧୦ ପ୍ରତିଶତ ଅଧିକ। ମୋଟ୍ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୩୧୫ ଜଣଙ୍କର ଜୀବନ ଯାଇଛି।