ଗଞ୍ଜାମରେ କରୋନା ଗଡ଼ାଇ ଚାଲିଛି ମୁଣ୍ଡ, ଆଉ ତିନି ଜଣଙ୍କର ମୃତ୍ୟୁ; ରାଜ୍ୟରେ ମୃତକଙ୍କ ସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା । ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଥିବା ଜଣାଯାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଅଛନ୍ତି ।

୧. ମୃତକଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ଜଣେ ୭୦ ବର୍ଷୀୟା ମହିଳା ଅଛନ୍ତି ।

୨. ଏହା ସହ ଗଂଜାମ ଜିଲ୍ଲାର ଜଣେ ୪୪ ବର୍ଷୀୟ ପୁରୁଷ ବି ଅଛନ୍ତି ।

୩. ଗଂଜାମ ଜିଲ୍ଲାର ଜଣେ ୩୯ ବର୍ଷୀୟ ଯୁବକ ଥିବା ବି ଜଣାଯାଇଛି । ସେ ପୂର୍ବରୁ ଡାଇବେଟିସ ରୋଗରେ ପୀଡିତ ଥିବା ନେଇ ରିପୋର୍ଟରୁ ଜଣାଯାଇଛି ।

୪. ମୃତକଙ୍କ ମଧ୍ୟରୁ ଜଗତସିଂହପୁରର ୬୭ ବର୍ଷ ବର୍ଷୀୟ ବ୍ୟକ୍ତି ଥିବା ବେଳେ ସେ ମଧ୍ୟ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିଲେ ।ଜଗତସିଂହପୁର ଜିଲ୍ଲାର ଏହା ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି ।

୫. ସୁନ୍ଦରଗଡର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ବ୍ରୋଙ୍କାଇଟିସ ରୋଗରେ ସଂକ୍ରମିତ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.