ରାଜ୍ଯରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍‌ ଚିହ୍ନଟ, ୬୪ ମୃତ

ଭୁବନେଶ୍ବର(କେନ୍ଯୁଜ୍): କମୁଛି କରୋନା ସଂକ୍ରମଣ। ରାଜ୍ୟରେ ୨ ପ୍ରତିଶତ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧ ହଜାର ୪୩୭ ପଜିଟିଭ୍‌ ଚିହ୍ନଟ । ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୧.୯୨ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୧୮ ପ୍ରତିଶତ । ୨୪ ଘଣ୍ଟାରେ ୭୪ ହଜାର ୭୩୫ ଟେଷ୍ଟିଂ ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୪୦୯ ସଂକ୍ରମିତ ହୋଇଛନ୍ତି । କଟକରୁ ୧୯୦ ଓ ପୁରୀରୁ ୧୪୬ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୫ ହଜାର ୮୫୮ । ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌ ।

Leave A Reply

Your email address will not be published.