ଆଜି ରାଜ୍ୟରେ ଜି ୧୪୭୪ ନୂଆ ପଜିଟିଭ ଚିହ୍ନଟ, ଗତ ୨୪ ଘଣ୍ଟାରେ ଗଲା ୧୨ ଜଣଙ୍କ ଜୀବନ

 ଭୂବନେଶ୍ଵର (କେ ନ୍ୟୁଜ): ଆଜି ରାଜ୍ୟରୁ ୧୪୭୪ ନୂଆ ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୮୫୫ ଜଣ କ୍ଵରେଣ୍ଟିଂନ ସେଣ୍ଟରରେ ଥିବା ବେଳେ ୬୧୯ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଏଯାବତ ରାଜ୍ୟରେ ୪୭ ଲକ୍ଷ ୩୬ ହଜାର ୨୪୬ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇସାରିଥିବା ବେଳେ ସେମଧ୍ୟରୁ ୧୩ ହଜାର ୯୧୯ ଟି ଆକ୍ଟିଭ କେଶ ରହିଛି ।

ଯେବେକି ୨ ଲକ୍ଷ ୮୦ ହଜାର ୫୫୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । କହିରଖିବା ଉଚିତ ହେବକି ଗତ ୨୪ ଘଣ୍ଟା ଭିତରେ ୧୪୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଆଜିର ପଜିଟିଭ ଲିସ୍ଟ ଭିତରୁ ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୧୭୫ ଜଣ ଅଛନ୍ତି ।

ଅନ୍ୟପକ୍ଷରେ,  ଗତ ୨୪ ଘଣ୍ଟା ଭିତରେ ୧୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୩୬୪ କୁ ବୃଦ୍ଧି ପାଇଛି । ଆଜିର ଚିନ୍ହଟଙ୍କ ମଧ୍ୟରୁ ମାଲକାନଗିରିରୁ ତିନି ଜଣ, ଭୁବନେଶ୍ୱରରୁ ଦୁଇ ଜଣ, ଝାରସୁଗୁଡାରୁ ଜଣେ, ଯାଜପୁରରୁ ଜଣେ, କେଉଁଝରରୁ ଜଣେ, ରାୟଗଡାରୁ ଜଣେ ଥିବା ବେଳେ ମୟୁରଭଞ୍ଜରୁ ତିନି ଜଣ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.