ଆଜିଠୁ ସ୍କୁଲ୍: ଅଷ୍ଟମ ଶ୍ରେଣୀରୁ ଉପର କ୍ଲାସ ଯାଏ ଶ୍ରେଣୀଗୃହରେ ହେବ ଶିକ୍ଷାଦାନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଖୋଲିବ ସ୍କୁଲ । ଅଷ୍ଟମ ଶ୍ରେଣୀରୁ ଉପର କ୍ଲାସ ଯାଏ ଶ୍ରେଣୀଗୃହରେ ହେବ ଶିକ୍ଷାଦାନ । ଆରମ୍ଭ ହେବ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢା। ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ଫ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟ ଖୋଲିବ। ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ହେବ କ୍ଲାସ ।

କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସ ରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିବଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି। ସିଟ୍‌ ଗୁଡିକ ମଧ୍ୟରେ ଯାଥା ସମ୍ଭବ ଦୂରତା ରକ୍ଷା କରାଯାଇଛି। ସେହିଭଳି ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ଖୋଲିବ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ ୧୦ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ପାଠପଢା ହେବ ।

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଧିନରେ ଛାତ୍ରଛାତ୍ରୀଙ୍କୁ ଶୁଖିଲା ରାସନ ଯୋଗାଇ ଦିଆଯିବ । ଦୁଇ ବର୍ଷ ଧରି କୋଭିଡ୍‌ ମହାମାରୀ ପାଇଁ ପ୍ରଭାବିତ ହୋଇଛି ଛାତ୍ରଛାତ୍ରୀଙ୍କ ପାଠପଢା। ପାଠ ପଢିବା ନେଇ ପିଲାମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିବ। ସେମାନେ ଚାହିଁଲେ ଉଭୟ ଅନଲାଇନ୍‌ ଓ ଅଫ୍‌ଲାଇନରେ ବିକଳ୍ପ ବାଛି ପାରିବେ। କେଜିରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.