Below header

ଆଜି ରାଜ୍ୟରୁ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪୨୮୦ ଛୁଇଁଲା ମୋଟ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ୧୪,୨୮୦ ଛୁଇଁଲା ମୋଟ ପଜିଟିଭ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସୂଚନା ମୁତାବକ ୨୩ଟି ଜିଲ୍ଲାରୁ ୫୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଥିବା ବେଳେ ୮୭ ଜଣ ଆକ୍ରାନ୍ତଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ଖୋର୍ଦ୍ଧା । ଯେବେକି ତାଲିକାର ତୃତୀୟ ସ୍ଥାନରେ ଅଛି କଟକ । ଆଜି ଜିଲ୍ଲାରୁ ୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୯ ଜଣ, ରାୟଗଡାରୁ ୨୪ ଜଣ, କେଉଁଝର ଓ ମୟୁରଭଞ୍ଜରୁ ୨୨ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୮ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧ ଜିଲାରୁ ୭ଙ୍କ ରିପୋର୍ଟ ପଜିଟିଭ ଆସିଛି ।ଏହାବାଦ ଢେଙ୍କାନାଳରୁ ୨ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ଜଣେ, ଝାରସୁଗୁଡାରୁ ୬ ଜଣ,କେନ୍ଦ୍ରାପଡାରୁ ୧୦ ଜଣ, ମାଲକାନଗିରିରୁ ୧୧ ଜଣଙ୍କ ନୟାଗଡ଼ର ଜଣଙ୍କ, ପୁରୀର ୭ ଜଣ, ସମ୍ବଲପୁରର ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଅନ୍ୟପକ୍ଷରେ ଗତକାଲି ସୁଦ୍ଧା ୫୦୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୪୯୨୯ ଟି ଆକ୍ଟିଭ କେସ ରହିଛି ।  ଏଯାବତ ରାଜ୍ୟରେ ୩୪୭୨୧୬ ଟି ଟେଷ୍ଟ ସରିଥିବା ବେଳେ ସେମଧ୍ୟରୁ ୧୪୨୮୦ଟି ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.