ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତି ଚାନ୍ଦ ଓ ବୀରେନ୍ଦ୍ରଙ୍କ ନାମ ସୁପାରିସ୍

ଭୁବନେଶ୍ୱର, (କେ ନ୍ୟୁଜ) : ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁଇ ଜଣ କ୍ରୀଡ଼ାବିତଙ୍କ ନାମ ଭାରତ ସରକାରଙ୍କୁ ସୁପାରିସ କରାଯାଇଛି। ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଯାଇଛି । ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବରିଷ୍ଠ ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କ ନାମ ମଧ୍ୟ ସୁପାରିସ ହୋଇଛି ।

ଗତ ୨୧ ତାରିଖରେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ପଠା ଯାଇଥିଲା । ପୁଣି ଆଜି ଦୂତି ଓ କାଳୁଚରଣଙ୍କ ନାମ ପଠାଯାଇଛି । ଗତ ୨୧ ତାରିଖରେ ଆଉ ୪ଟି ବର୍ଗରେ ପୁରସ୍କାର ପାଇଁ ନାମ ସୁପାରିସ ହୋଇଥିଲା । ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ କିଟ୍ ଓ ଓଏମ୍ସି ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ନାମ ପଠାଇଛନ୍ତି ରାଜ୍ୟ ସରକାର ।
।