Below header

ବୋଲଗଡ଼ ବନ୍ଧ ଛକ ଠାରେ ଘର ଉପରକୁ ଚଢିଗଲା ତେଲ ଟ୍ଯାଙ୍କର, ଅଳ୍ପକେ ବର୍ତ୍ତିଗଲେ ଘରଲୋକ

ବେଗୁନିଆ(କେନ୍ୟୁଜ୍‌) : ବୋଲଗଡ଼ ବନ୍ଧ ଛକ ଠାରେ ଘର ଉପରକୁ ଚଢିଗଲା ତେଲ ଟ୍ଯାଙ୍କର । ଅଳ୍ପକେ ବର୍ତ୍ତିଗଲେ ଘରଲୋକ । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ନୟାଗଡରୁ ଭୁବନେଶ୍ଵର ଯାଉଥିବା ଏକ ତେଲ ଟ୍ଯାଙ୍କର ଆଜି ଭୋରୁ ଭୋରୁ ଭାରସାମ୍ୟ ହରାଇ ବୋଲଗଡ ବନ୍ଧ ଛକଠାରେ ରାସ୍ତା କଡରେ ଥିବା ବାମନ ସୁବୁଦ୍ଧିଙ୍କ ଘର ଉପରକୁ ଚଢି ଯାଇଥିଲା । ଫଳରେ ଘରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ତେବେ ଘରଲୋକ ଭିତରପଟେ ଥିବାରୁ କାହାର କିଛି କ୍ଷତି ହୋଇ ନ ଥିବା ବେଳେ ଟ୍ଯାଙ୍କର ହେଲପର ସାମାନ୍ୟ ଆହତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.