ଆସନ୍ତା ୧୨ରୁ୧୯ ତାରିଖ ପର୍ଯ୍ୟନ୍ତ OJEE , ୩ଟି ସିଫ୍ଟରେ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୨ ତାରିଖରୁ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନସ୍‌ ଏକଜାମ-OJEE । ପରୀକ୍ଷା ପାଇଁ ଆଜି ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । OJEE ପାଇଁ ୫ ତାରିଖରୁ ମିଳିବ ଆଡମିଟ୍‌ କାର୍ଡ । ପରୀକ୍ଷାର୍ଥୀମାନେ www.ojee.nic.inରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏହି ପରୀକ୍ଷା ଅକ୍ଟୋବର ୧୨ରୁ୧୯ ଯାଏଁ ୩ଟି ସିଫ୍ଟରେ କମ୍ପ୍ୟୁଟର ବେସଡ ଟେଷ୍ଟ ମୋଡରେ ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ୨ୟ ସିଫ୍ଟ ଅପରାହ୍ନ ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବ । ଆସନ୍ତା ଅକ୍ଟୋବର ୫ରୁ ଓଜେଇଇ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ଛାତ୍ରଛାତ୍ରୀମାନେ ନିଜର ଓଜେଇଇ ଆଇଡି ପାସଓ୍ଵାର୍ଡ ବ୍ୟବହାର କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ବିଗତ ବର୍ଷଗୁଡ଼ିକ ତୁଳନାରେ ଏବର୍ଷ ରେକର୍ଡ ୭୯ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବା ପାଇଁ  ରେଜିଷ୍ଟେସନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ଗୁଡ଼ିକ ଦିନକୁ ୩ଟି ସିଫ୍ଟରେ କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୁଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.