ଆସନ୍ତା ୪ରୁ ଓଜେଇଇ, ୮ ଯାଏ ଚାଲିବ ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୪ରୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ୪ ତାରିଖରୁ ଆରମ୍ଭ ହୋଇ ୮ ଯାଏ ଚାଲିବ । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ ବୋଲି ଓଜେଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ ଟା ରୁ ୧୧ଟା, ୨ୟ ସିଟିଂ ପରୀକ୍ଷା ୧୨ଟା ୩୦ରୁ ୨ଟା ୩୦ ଓ ୩ୟ ସିଟିଂ ପରୀକ୍ଷା ୪ ଟା ରୁ ସନ୍ଧ୍ୟା ୬ ଟା ପଯ୍ୟର୍ନ୍ତ ହେବ ।

୪ ତାରିଖରେ ହେବାକୁ ଥିବା ତିନୋଟି ଯାକ ସିଟିଂରେ ଲାଟେରାଲ୍‌ ଏଣ୍ଟ୍ରି ପରୀକ୍ଷା ହେବ । ୫ ତାରିଖ ଦିନ ଏମସିଏ,ଏମଏସସି କଂପ୍ୟୁଟର ସାଇନ୍ସ ,ଏମଟେକ୍‌ ,ଏମଆର୍କ,ଏମଫାର୍ମ ଓ ବି କ୍ୟାଟ୍‌ ପରୀକ୍ଷା, ୬ ତାରିଖ ଦିନ ଏମବିଏ,ଲାଟେରାଲ୍‌ ଏର୍ଣ୍ଟି ଫାର୍ମ,ଲାଟେରାଲ୍‌ ଏର୍ଣ୍ଟି ଟେକ୍‌ ଓ ବି କ୍ୟାଟ୍‌ ପରୀକ୍ଷା କରାଯିବ । ସେହିପରି ୭ ତାରିଖରେ ଇଣ୍ଟିିଗ୍ରେଟେଡ୍‌ ଏମବିଏ ଓ ଲାଟେରାଲ୍‌ ଏଣ୍ଟ୍ରି ଟେକ୍‌ ଓ ୮ ତାରିଖ ଦିନ ଫାର୍ମ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀ OJEE େଓ୍ଵସାଇଟ୍‌ରୁ ନିଜ ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିବେ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦୀପ କୁମାର ଚାନ୍ଦ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.