ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ କଳାକୃତି: ବାଉଁଶରେ ନିର୍ମାଣ କଲେ ନନ୍ଦିଘୋଷ ରଥ

(କେନ୍ୟୁଜ): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂତନ କଳାକୃତି । ବାଉଁଶରେ ନିର୍ମାଣ କଲେ ନନ୍ଦିଘୋଷ ରଥ । ପ୍ରତି ବର୍ଷ ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ରଥ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ବାଉଁଶରେ ନିର୍ମିତ ନନ୍ଦିଘୋଷ ରଥ ଖୁବ୍ ସୁନ୍ଦର ହୋଇଛି ଯାହାର ଉଚ୍ଚତା ୨୦ ଇଞ୍ଚ୍ ଏବଂ ଓସାର ୧୩ ଇଞ୍ଚ୍ । ସେହିପରି ଆଇସକ୍ରିମ୍ କାଠିରେ ଆଉ ଏକ ରଥ ତିଆରି କରିଛନ୍ତି ଯାହାର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର ୬ ଇଞ୍ଚ୍ ।

ଉଭୟ ରଥ ଦେଖିବାକୁ ଅବିକଳ ପୁରୀ ନନ୍ଦିଘୋଷ ରଥ ପରି ଯେଉଁଥିରେ ୧୬ ଟି ଚକ,୪ ଟି ଘୋଡ଼ା, ଓଲୋଟ ଶୁଆ,ଦଧିନଉତି,ପତିତ ପାବନ ବାନା ଏବଂ ସାରଥି ଶୋଭାପାଉଛି । ଏହି କଳାକୃତି କରିବାକୁ ତାଙ୍କୁ ମୋଟ ପାଞ୍ଚ ଦିନ ସମୟ ଲାଗିଥିଲା । ପୂର୍ବରୁ 1mmର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି Exclusive world Record ହାସଲ କରିଛନ୍ତି । ୧ ସେଣ୍ଟିମିଟର ନନ୍ଦିଘୋଷ ରଥ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛି । ଏହି ନିଆରା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡ, ନ୍ୟାସନାଲ ବୁକ ଅଫ , ବିଶ୍ୱ ବୁକ ଅଫ ରେକର୍ଡ, ୱାର୍ଡ ବୁକ ଅଫ ସହିତ ସେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.