Below header

ପୁରୁଣା ମୁଦ୍ରା ରାକେଟର ପର୍ଦ୍ଦାଫାସ କଲା ଧର୍ମଶାଳା ପୋଲିସ

ପୁରୁଣା ମୁଦ୍ରା ରାକେଟର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ। ଏହି ଘଟଣାରେ ସଂପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ପୁରୁଣା ମୁଦ୍ରା, ୨ଟି ମୋବାଇଲ ଓ ନଗଦ ୧୦ହଜାର ଟଙ୍କା ଜବତ କରାଯାଇଛି।

ଯାଜପୁର(କେନ୍ୟୁଜ) : ପୁରୁଣା ମୁଦ୍ରା ରାକେଟର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୋଲିସ। ଏହି ଘଟଣାରେ ସଂପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ପୁରୁଣା ମୁଦ୍ରା, ୨ଟି ମୋବାଇଲ ଓ ନଗଦ ୧୦ହଜାର ଟଙ୍କା ଜବତ କରାଯାଇଛି।

ସୂଚନା ମୁତାବକ, ବାଲିଚନ୍ଦ୍ରପୁର ଥାନା ଅଧିନ ବରପଦା ଅଂଚଳର ଅଜୟ ସାମଲ ଓ ବିଶ୍ଵଜିତ ସାହୁ ପୁରୁଣା ମୁଦ୍ରା କାରବାର ଦୀର୍ଘଦିନ ହେବ କରି ଆସୁଥିଲେ। ଧର୍ମଶାଳା ଥାନା ଅନ୍ତର୍ଗତ ଶ୍ରୀରାମପୁର ଟୋଲ ପ୍ଲାଜା ନିକଟରେ ଗତ ୭ତାରିଖ ଦିନ ଏକ ଘଟଣାକ୍ରମକୁ ନେଇ ବକ୍ରମତିରଣ ଗ୍ରାମର ଶିବ ଚରଣ ଦାସ ଅଜୟଙ୍କ ନାଁରେ ଅପହରଣ ଓ ଟଙ୍କା ଲୁଟ ନେଇ ଥାନାରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗର ତଦନ୍ତ କରି ପୋଲିସ ପୁରୁଣା ମୁଦ୍ରା କାରବାରରେ ଏହି ଦୁଇ ଜଣ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିବା ବେଳେ ଏମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ପୁରୁଣା ମୁଦ୍ରାକୁ ରାଉରକେଲାରେ ବିକ୍ରି କରିବାକୁ ଯୋଜନା କରାଯାଇଥିବା ନେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ସମ୍ପର୍କରେ ଶ୍ୱଶୁର ଓ ଜ୍ବାଇଁ ବୋଲି ସୂଚନା ମିଳିଥିବା ବେଳେ ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.