ମାତ୍ର ୧୫୦୦ ଟଙ୍କାରେ ପାଆନ୍ତୁ Bluetooth Calling Smartwatch, ବଢ଼ିଆ ବ୍ୟାଟେରୀ ସହ ରହିଛି ଷ୍ଟାଇଲିସ୍‌ ଡିଜାଇନ

ଭାରତୀୟ ବ୍ରାଣ୍ଡ Gizmore ସୁନ୍ଦର ଡିଜାଇନର Smartwatch ଲଞ୍ଚ କରିଛି । କମ୍ପାନୀର ନୂଆ ରିଲିଜ ହୋଇଥିବା ସବୁଠାରୁ ଶସ୍ତା ସର୍କୁଲାର ଡାଏଲ ସ୍ମାର୍ଟଓ୍ଵାଚ ମଧ୍ୟରୁ ଏହା ଅନ୍ୟତମ । ଏହା ୪ଟି ରଙ୍ଗରେ ଆସୁଛି । ଓ୍ଵାଚ୍‌ରେ ବ୍ଲୁଟୁଥ କଲିଙ୍ଗ ଭଳି ସୁବିଧା ରହିଛି ।

Smartwatch ର କ୍ରେଜ ଦିନକୁ ଦିନ ବଢି ଚାଲିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ହାତରେ Smartwatch ରହିଥିବା ଆପଣମାନେ ଦେଖିଥିବେ ନିଶ୍ଚୟ । ବଜାରରେ ଶସ୍ତା ଠୁ ଆରମ୍ଭ କରି ଦାମୀ Smartwatch ଉପଲବ୍ଧ ହେଉଛି । ତେବେ ଏହି Smartwatch କେବଳ ସମୟ ଦେଖାଉଛି ତାହା ନୁହଁ ଏଥିରେ Bluetooth Calling ସିଷ୍ଟମ ରହିଛି । ଯାହା ଆପଣଙ୍କୁ ଅଧିକ ସୁବିଧା ଦେଇଥାଏ । Bluetooth Calling ସିଷ୍ଟମ ପାଇଁ ଅଧିକ ଦାମ ର Smartwatch କିଣିବାକୁ ପଡ଼ିଥାଏ । କିନ୍ତୁ ଏକ ଭାରତୀୟ କମ୍ପାନୀ କମ ଦାମରେ ଏହି Bluetooth Calling Smartwatch ଲଞ୍ଚ କରିଛି । ଭାରତୀୟ ବ୍ରାଣ୍ଡ Gizmore ସୁନ୍ଦର ଡିଜାଇନର ଏହି Smartwatch ଲଞ୍ଚ କରିଛି । କମ୍ପାନୀର ନୂଆ ରିଲିଜ ହୋଇଥିବା ସବୁଠାରୁ ଶସ୍ତା ସର୍କୁଲାର ଡାଏଲ Smartwatch ମଧ୍ୟରୁ ଏହା ଅନ୍ୟତମ । ଏହା ୪ଟି ରଙ୍ଗରେ ଆସୁଛି । ଓ୍ଵାଚ୍‌ରେ ବ୍ଲୁଟୁଥ କଲିଙ୍ଗ ଭଳି ସୁବିଧା ରହିଛି । ତେବେ ଆସନ୍ତୁ ଜାଣିବା ଏହି ଓ୍ଵାଚ୍‌ରେ କଣ ସବୁ ସୁବିଧା ରହିଛି ।

ଆପଣଙ୍କୁ ଓ୍ଵାଚ୍‌ରେ ଏକ ଅପ୍ଟିକାଲ୍ ହାର୍ଟ ସ୍ଫିଡ ସେନ୍ସର ଏବଂ ଏକ SpO2 ସେନ୍ସର ଦେଖିବାକୁ ପାଇବେ, ଯାହା ରକ୍ତ ଏବଂ ଅକ୍ସିଜେନର ସ୍ତର ଯାଞ୍ଚ କରିଥାଏ । ଏହା ଷ୍ଟାଣ୍ଡାର୍ଡ ହେଲଥ ସୁବିଧା ସହିତ ଆସିଥାଏ ଯେପରିକି କ୍ୟାଲୋରି କାଉଣ୍ଟ କରିବା, ସ୍ଲିପ ଟ୍ରାକିଙ୍ଗ, ଷ୍ଟ୍ରେସ ମନିଟରିଙ୍ଗ, ହାଇଡ୍ରେସନ ଆଲର୍ଟ ଏବଂ ଗାଇଡେଡ ବ୍ରିଦିଙ୍ଗ ମୋଡ୍‌ ।

ୟୁଜର୍ସ ଏହି ଓ୍ଵାଚ୍‌ରେ କଲ ରିସିଭି କରି ପାରିବେ, ଏହା ବ୍ୟତୀତ ଏକ ଇଣ୍ଟରନାଲ କାଲକୁଲେଟର ଆପ ମଧ୍ୟ ରହିଛି । ଯାହା ଦ୍ୱାରା ଆପଣ ସହଜରେ କାଲ୍‌କୁଲେଟ୍‌ କରି ପାରିବେ । ଏହି ଓ୍ଵାଚ୍‌ରେ ଫିଟନେସ ଟ୍ରାକିଙ୍ଗ, ଆପ ନୋଟିଫିକେସନ, ପାଣିପାଗ ତଥ୍ୟ, ଆଲାର୍ମ ଏବଂ ନିୟମିତ ସୁବିଧା ମଧ୍ୟ ସାମିଲ କରାଯାଇଛି ।
ଏହି ଓ୍ଵାଚ୍‌ ଆଣ୍ଡ୍ରଏଡ ସ୍ମାର୍ଟଫୋନ ଏବଂ ଆଇଫୋନ ସହିତ କନେକ୍ଟ ହୋଇପାରିବ । ଥରେ ଚାର୍ଜ କରିବା ପରେ ଏହା ୧୦ ଦିନ ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖିଥାଏ । ଏଥିର IP68 ରେଟିଙ୍ଗ ରହିଛି, ଯାହା ଦ୍ୱାରା ଏହା ଧୂଳି ଏବଂ ପାଣିକୁ ପ୍ରତିରୋଧ କରିଥାଏ । ଆପଣ ଏହାକୁ ବ୍ଲାକ, ଗ୍ରେ, ପିଙ୍କ ଏବଂ ଗ୍ରୀନ ରଙ୍ଗର ପାଇ ପାରିବେ । Gizmore Curve ର ଦାମ ୧୬୯୯ ଟଙ୍କା ରହିଛି । କିନ୍ତୁ ସୀମିତ ସମୟ ପାଇଁ ଏହି ଓ୍ଵାଚ୍‌ର ମୂଲ୍ୟ ୧୨୯୯ ସବସିଡିରେ ବିକ୍ରି କରାଯିବ । ଆପଣ ଏହି ଓ୍ଵାଚ୍‌କୁ ଫ୍ଲିପ୍‌କାର୍ଟ କିମ୍ବା Gizmore.in ରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.