ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ହୋଇଥାଏ ତୀକ୍ଷ୍ଣ, ପିଲାକୁ କରାଏ ମେଧାବୀ

କିଛି ଷ୍ଟଡିଜ୍ ମୁତାବକ ଯେଉଁ ପିଲା ଲଗାତର ଏକ ବର୍ଷ ପର୍ଯ୍ୟନ୍ତ ମାଆ କ୍ଷୀର ପିଉଥାନ୍ତି ସେମାନେ ଇଂରାଜୀ ଏବଂ ଗଣିତରେ ବହୁତ ନିପୁଣ ହୋଇଥାନ୍ତି ।

ଶିଶୁ ପାଇଁ ମାଆର କ୍ଷୀର ଶରୀରକୁ କେବଳ ଫାଇଦା ଦେଇନଥାଏ ବରଂ ମସ୍ତିସ୍କକୁ ବି ସାର୍ପ ବନାଇଥାଏ । କିଛି ଷ୍ଟଡିଜ୍ ମୁତାବକ ଯେଉଁ ପିଲା ଲଗାତର ଏକ ବର୍ଷ ପର୍ଯ୍ୟନ୍ତ ମାଆ କ୍ଷୀର ପିଉଥାନ୍ତି ସେମାନେ ଇଂରାଜୀ ଏବଂ ଗଣିତରେ ବହୁତ ନିପୁଣ ହୋଇଥାନ୍ତି । କାହିଁକିନା ଯେତେ ବି ପୃଷ୍ଟିକର ଆହାର , ମାଆ କ୍ଷୀରର ମୁକାବିଲା କରିପାରିବନାହିଁ । ଏଥିପାଇଁ ନବଜାତ ଶିଶୁକୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଲଗାତର ଭାବେ ମାଆ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ।

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ତୀକ୍ଷ୍ଣ ହୋଇଥାଏ । ଏହା ସହ ଦୀର୍ଘଦିନ ସ୍ତନ୍ୟପାନ କରିଥିବା ଶିଶୁ ଭଲ ପାଠ ପଢିଥାଆନ୍ତି । ବ୍ରିଟେନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ୧୬ ବର୍ଷ ବୟସର ଛୁଆଙ୍କୁ ନେଇ ଅଧ୍ୟୟନ କରାଯାଇଥିବା ବେଳେ ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ କମ ଦିନ ସ୍ତନ୍ୟପାନ କରିଥିବା ଶିଶୁଙ୍କ ଠାରୁ ପାଠ ପଢାରେ ଭଲ କରିଥିବା ଦେଖାଯାଇଛି ।

ଏପରିକି ଯେତେବେଳେ ବିଭିନ୍ନ କାରଣ ଯେପରିକି ଲୋକଙ୍କ ସାମାଜିକ ଅର୍ଥନୈତିକ ସ୍ଥିତି ଏବଂ ସେମାନଙ୍କ ପିତାମାତାଙ୍କ ବୁଦ୍ଧି ବିବେଚନା କରାଯାଏ, ଉନ୍ନତ ଶିକ୍ଷାଗତ ଫଳାଫଳର ପ୍ରମାଣ ହୋଇଥାଏ । ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ଅଧିକ ସମୟ ପର୍ୟ୍ୟନ୍ତ ସ୍ତନ୍ୟପାନ କରାନ୍ତି ସେମାନେ ଜୀବନରେ ଉନ୍ନତ ଶିକ୍ଷାଗତ ଫଳାଫଳ ପାଇଥାନ୍ତି । ତଥାପି, ଏମିତି ଶିଶୁ ଦୁର୍ଲଭ ଦେଖାଯାଆନ୍ତି । କୁହାଯାଏ କି ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଦୃଢ ଥିବା ବ୍ୟକ୍ତି ବା ବୁଦ୍ଧିମତି ମାତାମାନେ ତାଙ୍କ ଶିଶୁଙ୍କୁ ଦୀର୍ଘ ଦିନ ଧରି ସ୍ତନ୍ୟପାନ କରାଇ ଥାଆନ୍ତି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ୨୦୦୦ରୁ ୨୦୦୨ ମଧ୍ୟରେ ଜନ୍ମିତ ଶିଶୁମାନଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ପିଲାମାନେ ଯେତେ ଅଧିକ ଦିନ ଧରି ସ୍ତନ୍ୟପାନ କରିବେ ପାଠ ପଢାରେ ସେତିକି ଉନ୍ନତି କରିବା ସହ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖିବେ ବୋଲି ଅକ୍ସଫୋର୍ଡ ୟୁନିଭରସିଟିର ନ୍ୟାସନାଲ ପେରିନାଟାଲ ଏପିଡେମିଓଲୋଜି ୟୁନିଟର ଗବେଷକ ରାନୀ ପେରିରା ଏଲିଆସ କହିଛନ୍ତି । ବ୍ରିଟେନରେ ୨୦୦୦ରୁ ୨୦୦୨ ମଧ୍ୟରେ ୧୮ ହଜାର ୮୧୮ ଶିଶୁ ଜନ୍ମ ହୋଇଥିଲେ । ତେବେ ଅଧ୍ୟୟନରେ ସାମିଲ ହୋଇଥିବା ଶିଶୁମାନେ କେତେଦିନ ଧରି ସ୍ତନ୍ୟପାନ କରିଛନ୍ତି ତାକୁ ନେଇ ବିଭିନ୍ନ ଗ୍ରୁପରେ ଭାଗ କରାଯାଇଥିଲା । କିଛି ପିଲା କିଛି ମାସ, ଅନ୍ୟ କିଥି ଜଣ ବର୍ଷ କିମ୍ବା ତାଠାରୁ କିଛି ମାସ ଅଧିକ କରାଯାଇଥିବା ଦେଖାଯାଇଥିଲା ।

ତେବେ ଅଧ୍ୟୟନରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଥିଲା । ବର୍ଷେରୁ ଅଧିକ ସ୍ତନ୍ୟପାନ କରିଥିବା ଶିଶୁ ଗଣିତ ଏବଂ ଇଂରାଜୀରେ ୩୯ ପ୍ରତିଶତ ଅଧିକ ନମ୍ବର ରଖିଥିଲେ । ଯେଉଁମାନେ କିଛିମାସ ସ୍ତନ୍ୟପାନ କରିଥିଲେ ସେମାନେ ସ୍ତନ୍ୟପାନ କରିନଥିବା ଶିଶୁଙ୍କ ଠାରୁ କିଛି ପଏଣ୍ଟରେ ଆଗୁଆ ରହିଥିଲେ ।୧୬ ବର୍ଷ ବୟସ ବେଳକୁ ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଇଂଲଣ୍ଡର ଶିଶୁମାନେ ପାଠ ପଢାରେ ଉନ୍ନତି କରିଥିବା ଅଧ୍ୟୟନରୁ ଜଣାପଡିଥିଲା । ଅବଶ୍ୟ, ଅତ୍ୟଧିକ ପ୍ରଭାବ ପକାଇନଥିଲା କିନ୍ତୁ ସ୍ତନ୍ୟପାନ କରିଥିବା ଶିଶୁ ପାଠ ପଢାରେ ଆଗୁଆ ରହୁଥିବାରୁ ସ୍ତନ୍ୟପାନ କରାଯାଇବା ପାଇଁ ଗୁରୁତ୍ବ ଦେବା ପାଇଁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.