Below header

ପିଣ୍ଟୁ ନନ୍ଦଙ୍କ ଚିକିତ୍ସାରେ ଦିନକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ, ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଯୋଗାଡ଼ ହୋଇ ପାରୁନି ଆବଶ୍ୟକ ଅର୍ଥ

ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ନୂଆ ଅପଡେଟ୍‌ । ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସୂଚନା ଅନୁସାରେ, ପିଣ୍ଟୁଙ୍କୁ ଏପର୍ଯ୍ୟନ୍ତ ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି । ତେବେ ତାଙ୍କ ଚିକିତ୍ସାରେ ପ୍ରତି ଦିନ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସେଥିପାଇଁ ଅଧିକ ସହୟତା ଲାଗି ତାଙ୍କର ଶୁଭେଚ୍ଛୁମାନେ ନିବେଦନ କରିଛନ୍ତି ।

କଟକ (କେନ୍ୟୁଜ୍‌): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ନୂଆ ଅପଡେଟ୍‌ । ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହା ଭିତରେ ତାଙ୍କୁ ଓଲିଉଡ୍‌ ଅଭିନେତା ତଥା ଜାତୀୟ ଫିଲ୍ମ ବୋର୍ଡ଼ର ସଦସ୍ୟ ଅଖିଳ ପଟ୍ଟନାୟକ ପିଣ୍ଟୁ ନନ୍ଦଙ୍କୁ ଭେଟିଥିଲେ । ତାଙ୍କ ସୂଚନା ଅନୁସାରେ, ପିଣ୍ଟୁଙ୍କୁ ଏପର୍ଯ୍ୟନ୍ତ ୨୨ ଲକ୍ଷ ଟଙ୍କାର ସହାୟତା ମିଳିଛି । ତେବେ ତାଙ୍କ ଚିକିତ୍ସାରେ ପ୍ରତି ଦିନ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ସେଥିପାଇଁ ଅଧିକ ସହୟତା ଲାଗି ତାଙ୍କର ଶୁଭେଚ୍ଛୁମାନେ ନିବେଦନ କରିଛନ୍ତି ।

ଲିଭର ସିରୋସି ରୋଗରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହେଉଛି । ସୂଚନା ଅନୁସାରେ ତାଙ୍କ ପରିବାର ଭିତରୁ ଜଣେ କେହି ଲିଭର ଦେବେ । ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଗତ ୭ ତାରିଖ ଦିନ ଭୁବନେଶ୍ୱରରୁ ଦିଲ୍ଲୀକୁ ନିଆଯାଇଛି । ତେବେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯାହା ତାଙ୍କ କ୍ଷମତାର ବାହାରେ । ତେଣୁ ସେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ । ତାଙ୍କର ଫ୍ୟାନ୍‌ମାନେ ପିଣ୍ଟୁଙ୍କ ସୁସ୍ଥତା ପାଇଁ ବିଭିନ୍ନ ସ୍ଥାନରେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.