ଆସନ୍ତା ତିନି ବର୍ଷ ରାଜ୍ୟର ୫୦ ହଜାର ଏସଏଚଜି SMEରେ ପରିଣତ ହେବ
SHGକୁ SME କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ । ପ୍ରତି ଜିଲ୍ଲାରେ ମହିଳା SHGଙ୍କ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ। ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ଜିଲ୍ଲାପାଳମାନଙ୍କୁ ଜମି ଚିହ୍ନଟ ପାଇଁ କୁହାଯାଇଛି। ମହିଳାଙ୍କୁ ଟ୍ରେନିଂ ସହ ମାର୍କେଟିଂ ସୁବିଧା ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ।
ଭୁବନେଶ୍ୱର(କେନ୍ୟୁଜ୍) : SHGକୁ SME କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ । ପ୍ରତି ଜିଲ୍ଲାରେ ମହିଳା SHGଙ୍କ ପାଇଁ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ। ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।ଜିଲ୍ଲାପାଳମାନଙ୍କୁ ଜମି ଚିହ୍ନଟ ପାଇଁ କୁହାଯାଇଛି। ମହିଳାଙ୍କୁ ଟ୍ରେନିଂ ସହ ମାର୍କେଟିଂ ସୁବିଧା ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ।
ଆସନ୍ତା ତିନି ବର୍ଷ ରାଜ୍ୟର ୫୦ ହଜାର ଏସଏଚଜିଙ୍କୁ SMEରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ଆଗକୁ ମିଶନ ଶକ୍ତି ମହିଳା 5T ସ୍କୁଲ ଗୁଡ଼ିକର ଦାୟିତ୍ୱ ନେବେ । ସେହିପରି ଜଙ୍ଗଲ ବିଭାଗର ଦାୟିତ୍ୱ ନେବା ସହ ନିଆଁ ଲିଭା କାର୍ଯ୍ୟରେ ବି ସେମାନେ ନିୟୋଜିତ ହେବେ।