Below header

ଏମିତି କଣ ହେଲାଯେ ଚତୁର୍ଥୀ ରାତିରେ ବରକୁ ଛାଡି ବାପ ଘରେ ଆସି କନ୍ୟା

କାନ୍ଥରେ ସେମିତି ଅଙ୍କା ହୋଇ ରହିଛି ବାହା ଚିତା । ମୁନା ସହିତ ମିନୁର ଶୁଭ ବିବାହ । ବିବାହ ତାରିଖ ବି ଲେଖା ରହିଛି । ଏପଟେ ସଜ ସଜ ବିବାହ ସରିଥିବାରୁ ଖୋଲା ହୋଇନାହିଁ ଟେଣ୍ଟ ପାଇଁ ବନ୍ଧା ହୋଇଥିବା ବାଉଁଶ । ହେଲେ ଯାହା ପାଇଁ ଏତେ ସାଜ ସଜା ସେ କିନ୍ତୁ ଚାଲିଯାଇଛନ୍ତି ନିଜର ଶାଶୁ ଘର ଛାଡି ବାପ ଘରକୁ ।

କାମାକ୍ଷାନଗର(କେନ୍ୟୁଜ): କାନ୍ଥରେ ସେମିତି ଅଙ୍କା ହୋଇ ରହିଛି ବାହା ଚିତା । ମୁନା ସହିତ ମିନୁର ଶୁଭ ବିବାହ । ବିବାହ ତାରିଖ ବି ଲେଖା ରହିଛି । ଏପଟେ ସଜ ସଜ ବିବାହ ସରିଥିବାରୁ ଖୋଲା ହୋଇନାହିଁ ଟେଣ୍ଟ ପାଇଁ ବନ୍ଧା ହୋଇଥିବା ବାଉଁଶ । ହେଲେ ଯାହା ପାଇଁ ଏତେ ସାଜ ସଜା ସେ କିନ୍ତୁ ଚାଲିଯାଇଛନ୍ତି ନିଜର ଶାଶୁ ଘର ଛାଡି ବାପ ଘରକୁ । କଥାଟା ବୁଝା ପଡୁନି ନା ଶାଶୁ ଘର ଛାଡି ପୁଣି ବାପ ଘରକୁ । କିଏ ଗଲେ କାହିଁକି ଗଲେ?

ହଁ ଆଜ୍ଞା ଚତୁର୍ଥୀ ରାତିରେ ଶାଶୁ ଘର ଛାଡି ବାପ ଘରକୁ ପଳାଇଛନ୍ତି ନବବିବାହିତା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ଗ୍ରାମରେ । ଦିନେ ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ପବିତ୍ର ବନ୍ଧନରେ ବାନ୍ଧି ହୋଇଥିବା ଦୁଇ ନବ ଦମ୍ପତି ମାତ୍ର ଚାରି ଦିନ ନପୂରୁଣୁ ଏବେ ସଂମ୍ପୂର୍ଣ୍ଣ ଅଲଗା ହୋଇଯାଇଛନ୍ତି ।

ଅନୁଗୁଳ କୁମଣ୍ଡ ଅଂଚଳର ଜଣେ ଝିଅକୁ ବିବାହ କରିଥିଲେ ପରଜଙ୍ଗ କନ୍ଦରସିଂହା ଅଂଚଳର ଯୁବକ। ବିବାହ ସୁରୁଖୁରୁରେ ସରିଥିଲା । ଆଉ ବାପ ଘରୁ ବିଦା ହୋଇ ଶାଶୁ ଘରକୁ ଆସିଥିଲେ କନ୍ୟା । ହେଲେ ଚତୁର୍ଥୀ ରାତିରେ କଣ ଏମିତି ହେଲା ଯେ ନବବିବାହିତା ଜଣଙ୍କ ବାପକୁ ଚାଲିଯାଇଥିଲେ । ତେବେ କନ୍ୟା ଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୁଅ ମଦ୍ୟପାନ କରି ଝିଅକୁ ମାଡ଼ ମାରିଥିଲା  । ଯାହାକୁ ନେଇ ସେ ତାଙ୍କ ଝିଅକୁ ଘରକୁ ଫେରାଇ ନେଇଛନ୍ତି ।

ଅପରପଟେ ଏ କଥାକୁ ଖଣ୍ଡନ କରିଛନ୍ତି ବର ପକ୍ଷ ଲୋକେ । ସେମାନଙ୍କ କହିବା ଅନୁଯାୟୀ ଝିଅର ଅନ୍ୟତ୍ର ସମ୍ପର୍କ ରହିଛି । ତେଣୁ ଝିଅ ନାଟକ କରି ଏପରି କରିଛି । ପୂର୍ବରୁ ମଧ୍ୟ ଝିଅ ପୁଅକୁ ବିବାହ କରିବାକୁ ମନା କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ କଥାକୁ ସେତେବେଳେ ସେତେ ଗୁରୁତର ଭାବେ ସେମାନେ ନେଇନଥିଲେ ଏବଂ ଏବେ କନ୍ୟା ଫେରାର ହେବା ସେମାନଙ୍କୁ ଶକ୍ତ ଝଟକା ଲାଗିଛି ।

ଏପଟେ ବର ଚତୁର୍ଥୀ ରାତିରେ ମଦ୍ୟପାନ କରି ଟଳମଳ ହେଉଥିବା ଅଭିଯୋଗକୁ ମଧ୍ୟ ସେମାନେ ମନା କରିଛନ୍ତି । ତେବେ ଘଟଣା ଏମିତି ହୋଇଥିଲା ଯେ ଘଟଣା ଯାଇ ପହଞ୍ଚିଥିଲା ଥାନାରେ। ସେଠାରେ ଉଭୟ ପକ୍ଷଙ୍କ ଉପସ୍ଥିତି ସହିତ ସ୍ଥାନୀୟ ସରପଞ୍ଚ ଏବଂ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ଘଟଣାଟିର ସମାଧାନ ହୋଇଥିଲା । କନ୍ୟା ଘରର ଲୋକମାନେ ଝିଅକୁ ଫେରାଇ ନେବା ସହିତ ବିବାହ ବେଳେ ଝିଅକୁ ଦେଇଥିବା ସମସ୍ତ ଘରକରଣା ସାମଗ୍ରୀ ମଧ୍ୟ ନେଇଥିଲେ। ।

ଏପଟେ କିଏ ସତ କହୁଛି କିଏ ମିଛ ଏକଥା ତ ସମୟ କହିବ । ହେଲେ କଥାରେ ଅଛି ବାହାଘର ନୁହେଁ ଖେଳ ଘର । କିନ୍ତୁ ଏମାନଙ୍କର କଥା ଶୁଣି ଲାଗୁଛି ଆଜିକାଲି କିଛି ଲୋକଙ୍କ ପାଇଁ ବାହାଘରଟା ଗୋଟେ ଖେଳଘର । ବୁଝି ବିଚାରି ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ। ନହେଲେ ସମାଜ ଆଗରେ ଏଭଳି ଲଜ୍ଜିତ ହେବାକୁ ବେଶି ସମୟ ଲାଗିବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.