ପୋଦିନା ପତ୍ରରେ କେଉଁ ଭିଟାମିନ୍ ଥାଏ ? ଜାଣନ୍ତୁ ଏହାକୁ କେତେବେଳେ ଖାଇବା ଉଚିତ୍

ଏସିଡିଟି, ଗ୍ୟାସ୍‌ ଏବଂ ହାର୍ଟ ଆଟାକ୍‌ ଭଳି ସମସ୍ୟା ପାଇଁ ପୋଦିନା ପତ୍ର ଏକ ଭଲ ପ୍ରତିକାର ହୋଇଥାଏ । ଏହା ବ୍ୟତୀତ ଏହି ପତ୍ରଗୁଡ଼ିକ ପେଟକୁ ଥଣ୍ଡା କରି ହରମୋନାଲ ହେଲଥ୍‌ରେ ଉନ୍ନତି ଆଣିଥାଏ ।

ପୋଦିନା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ତେବେ ଏସିଡିଟି, ଗ୍ୟାସ୍‌ ଏବଂ ହାର୍ଟ ଆଟାକ୍‌ ଭଳି ସମସ୍ୟା ପାଇଁ ପୋଦିନା ପତ୍ର ଏକ ଭଲ ପ୍ରତିକାର ହୋଇଥାଏ । ବାସ୍ତବରେ ଏହା ପେଟର pH କୁ ସନ୍ତୁଳିତ କରିଥାଏ, ଯେଉଁ କାରଣରୁ ହଜମ ଶକ୍ତି ଭଲ ହୋଇଥାଏ । ଏହା ବ୍ୟତୀତ ଏହି ପତ୍ରଗୁଡ଼ିକ ପେଟକୁ ଥଣ୍ଡା କରି ହରମୋନାଲ ହେଲଥ୍‌ରେ ଉନ୍ନତି ଆଣିଥାଏ । କେବଳ ଏତିକି ନୁହେଁ ଏହି ପତ୍ରଗୁଡ଼ିକରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ, ଯେଉଁଥିପାଇଁ ଲୋକମାନେ ଏହାକୁ ଖାଇବା ଉଚିତ୍ । ଆହୁରି ମଧ୍ୟ ଯେଉଁମାନଙ୍କର ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ମଧ୍ୟ ଏହାକୁ ଗ୍ରାଇଣ୍ଡ୍ କରି ମୁହଁରେ ଲଗାଇ ପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ପୁଦିନା ପତ୍ର କେତେବେଳେ ଖାଇବା ଉଚିତ ଏବଂ ଏଥିରେ କେଉଁ ଭିଟାମିନ୍ ରହିଛି ।

ପୋଦିନା ପତ୍ରରେ କେଉଁ ଭିଟାମିନ୍ ଥାଏ ?
ତେବେ ପୋଦିନା ପତ୍ରରେ ମୁଖ୍ୟତଃ ୨ଟି ଭିଟାମିନ୍ ଥାଏ । ଗୋଟିଏ ହେଉଛି ଭିଟାମିନ୍ C ଏବଂ ଦ୍ୱିତୀୟଟି ହେଉଛି ଭିଟାମିନ୍ A । ଏହି ଦୁଇଟି ଭିଟାମିନ୍‌ ବ୍ୟତୀତ ପୋଦିନା ପତ୍ରରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଥିଏମାଇନ୍ ଭଳି ଉପାଦାନ ମଧ୍ୟ ମିଳିଥାଏ । ସେଥିପାଇଁ ଆପଣ ଯେକୌଣସି ପ୍ରକାରର ସମସ୍ୟା ଥିଲେ ପୋଦିନା ପତ୍ର ଖାଇପାରିବେ ।

ପୋଦିନା କେତେବେଳେ ଖାଇବା ଉଚିତ୍ ?
ପୋଦିନା ପତ୍ର ଖାଇବା ପାଇଁ ସବୁଠାରୁ ଭଲ ସମୟ ହେଉଛି,ଖରା ଦିନ, ଏହାସହ ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଇବା ଉଚିତ । ଗ୍ରୀଷ୍ମ ଋତୁରେ ପୁଦିନା ପତ୍ର ଖାଇବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ମିଳିପାରେ । ଯଦିଓ ଏଥିରେ ଭିଟାମିନ୍ C ଥାଏ, ଏହାର ସାଇଟ୍ରିକ୍ ଏସିଡ୍ ପେଟରେ ଏସିଡିଟି କମ୍‌ କରିବା ସହ ବିଭିନ୍ନ ପ୍ରକାରର ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ ସକାଳେ ଖାଲି ପେଟରେ ପୋଦିନା ପତ୍ର ଖାଇବା ଦ୍ୱାରା ପେଟର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ ।

ଏହା ବ୍ୟତୀତ ଏହା ପେଟକୁ ସଫା କରିଥାଏ ଏବଂ ଆପଣଙ୍କୁ ପେଟ ଏବଂ ଅନ୍ତନଳୀ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ । ତେଣୁ ଏହି ସମସ୍ତ କାରଣ ପାଇଁ ଆପଣ ସକାଳେ ଖାଲି ପେଟରେ ପୋଦିନା ପତ୍ର ଖାଇବା ଉଚିତ୍ । ଆପଣ ଏହାର ପତ୍ର ଧୋଇକରି ଚୋବାଇ ପାରିବେ ଏବଂ ଗ୍ରାଇଣ୍ଡ କରି ମଧ୍ୟ ଖାଇପାରିବେ । ଏହା ବ୍ୟତୀତ ଆପଣ ଏହାର ରସ ପିଇପାରିବେ ଏବଂ ଏହାକୁ ଆପଣଙ୍କ ଚା’ରେ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ । ଯାହା ଫଳରେ ଆପଣ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.