ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଲିଙ୍ଗରାଜ ମନ୍ଦିରକୁ କାଉଡିଆଙ୍କ ଉପରେ କଟକଣା, ମନ୍ଦିର ଚାରିପଟେ ବ୍ୟାରିକେଡ଼ର ବ୍ୟବସ୍ଥା

ଭୁବନେଶ୍ଵର (କେନ୍ୟୁଜ) : ଆସନ୍ତା କାଲି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଲିଙ୍ଗରାଜ ମନ୍ଦିରକୁ କାଉଡିଆ ଆସିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଲିଙ୍ଗରାଜ ମନ୍ଦିର ପକ୍ଷରୁ ମଧ୍ୟ ମନ୍ଦିର ଚାରିପଟେ ବାରିକେଡର ବ୍ୟବସ୍ଥା କରାଯାଇଛି । ତେବେ ଯେଉଁମାନେ କୋଭିଡ ନିୟମ ଭାଙ୍ଗି ପାଣି ନେଉଛନ୍ତି ସେମାନଙ୍କୁ ଘରେ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି ମନ୍ଦିର ପୂଜକ । ସେହିଭଳି କରୋନା ପାଇଁ ମନ୍ଦିର ଗୁଡିକ ବନ୍ଦ ହୋଇ ପଡିଛି । ଏଥିପାଇଁ ପୁଜକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ପୂଜକଙ୍କ ପାଇଁ ଆର୍ଥିକ ସହାୟତା କରନ୍ତୁ ବୋଲି ମତ ରଖିଛନ୍ତି ଲିଙ୍ଗରାଜ ମନ୍ଦିର ପୂଜକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.