ଅମିତାଭଙ୍କ ପରେ ରେଖା ! କଣ ସଂଯୋଗ ନା ଏମିତି

ଏଇ କରୋନା ଭାଇରସ୍‌ ଆତଙ୍କ ଭିତରେ ଏମିତି କିଛି ଘଟଣା ଘଟୁଛି ତାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଗତକାଲି ମେଗାଷ୍ଟାର ଅମିତାଭ ବଚ୍ଚନ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେ ଏବେ ମୁମ୍ବାଇ ନାନାବତି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ରହୁଥିବା ‘ଜଲସା’ ସମେତ ତାଙ୍କର ୪ଟି ବଙ୍ଗଳାକୁ ସିଲ୍‌ କରି ସାନିଟାଇଜ୍‌ କରାଯାଇଛି । ଏପଟେ ବିଗତ ଦିନର ଟପ୍‌ ନାୟିକା ରେଖାଙ୍କ ଘରେ ମଧ୍ୟ ପଶିଛି କରୋନା । ଯଦିଓ ସେ ନିଜେ ଆକ୍ରାନ୍ତ ହୋଇ ନାହାନ୍ତି ତଥାପି ତାଙ୍କ ସିକ୍ୟୁରିଟି ଗାର୍ଡ଼ ପଜିଟିଭ୍‌ ଚିହ୍ନଟ ହେବା ପରେ ରେଖାଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ । ତାଙ୍କ ବଙ୍ଗଳାକୁ ମଧ୍ୟ ସିଲ୍‌ କରାଯାଇଛି । ତେବେ ରେଖା କହିଛନ୍ତି ବିଏମ୍‌ସି ମୋର ଟେଷ୍ଟ କରିବା ଦରକାର ନାହିଁ, ମୁଁ ନିଜେ ମୋର କୋଭିଡ୍‌ ଯାଞ୍ଚ କରାଇବି ।

REKHA HOUSE

ଅତୀତରେ ଯେତେବେଳେ ଏହି ଦୁଇ ସୁପରଷ୍ଟାର୍‌ ସୁପର ହିଟ୍‌ ଫିଲ୍ମ ସବୁ ଦର୍ଶକଙ୍କୁ ଭେଟି ଦେଉଥିଲେ ସେତେବେଳେ ସେମାନଙ୍କ ପ୍ରେମକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ପରେ ଶେଷଥର ପାଇଁ ଦୁହେଁ ସିଲସିଲା ଫିଲ୍ମରେ ଅଭିନୟ କରିଥିଲେ । ତା ପରେ ସେମାନଙ୍କର ଆଉ କେବେବି ସାମନା ସାମନି ଦେଖା ହୋଇ ନାହିଁ । ତଥାପି ସେମାନଙ୍କ ସମ୍ପର୍କକୁ ନେଇ ବେଳେ ବେଳେ ଚର୍ଚ୍ଚା ହୁଏ । ଏବେ କରୋନା ଉଭୟଙ୍କ ଘରେ ପହଞ୍ଚିବା ପରେ ପୁଣି ଅମିତାଭ ରେଖା ଲିଙ୍କ୍‌କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.