ଶେହେନସାହଙ୍କ ପାଇଁ ଠିଆ ହେଲା ସାରା ଦେଶ କେଉଁଠି ହୋମଯଜ୍ଞ ତ ଆଉ କେଉଁଠି ଚାଲିଛି ରୁଦ୍ରାଭିଷେକ

ଦୀର୍ଘ ଦଶନ୍ଧି ଧରି ଅନେକଙ୍କ ହୃଦୟରେ ଘର କରିଥିବା ଶତାବ୍ଦୀର ମହାନାୟକଙ୍କୁ କରୋନା ଗ୍ରାସିବା ପରେ ବିଚଳିତ ସିନେ ଜଗତ ଏବଂ ଅଗଣିତ ଫ୍ୟାନ୍‌ । ସମସ୍ତଙ୍କ ମୁହଁରେ ଆରୋଗ୍ୟ କାମନା । ବଚ୍ଚନ ପରିବାରର ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା, ଯଜ୍ଞ ଏବଂ ମନ୍ତ୍ର ଜପ ।

ଶେହେନ୍ସାଙ୍କ ସମର୍ଥନରେ ସାରା ଦେଶ । ମହାମାରୀରୁ ମହାନାୟକଙ୍କୁ ମୁକ୍ତି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା । କେଉଁଠି ହୋମଯଜ୍ଞ ତ ଆଉ କେଉଁଠି ଚାଲିଛି ରୁଦ୍ରାଭିଷେକ । ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା କରି ଉଜୈନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଜଳାଭିଷେକ କରାଯାଇଛି । ସେହିପରି ମୁମ୍ବାଇର ଏକ ମନ୍ଦିରରେ ହୋମଯଜ୍ଞ କରିଛନ୍ତି ବିଗ୍‌ ବିଙ୍କ ଫ୍ୟାନ୍‌ । ତେବେ ଏହି ପୂଜାର୍ଚ୍ଚନାରୁ ବାଦ୍‌ ପଡିନାହାନ୍ତି ମେଗାଷ୍ଟାରଙ୍କ କୁନି ଫ୍ୟାନ୍‌ । ନିଜ ପ୍ରିୟ ଅଭିନେତାଙ୍କୁ କରୋନାରୁ ମୁକ୍ତି ପାଇଁ ଭଗବାନଙ୍କୁ ହାତ ଯୋଡି କରୁଛନ୍ତି ପ୍ରାର୍ଥନା ।

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ମହାନାୟକଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଝୁରାବାଲିର ସୌଦାଗର ମାନସ ସାହୁ । ଏହା ସହ ଅମିତାଭ ଏବଂ ଅଭିଷେକଙ୍କ ଦ୍ରୁତ ସୁସ୍ଥତା କାମନା କରିଛି ବଲିଉଡ୍‌ । ଲତା ମଙ୍ଗେସକର ଟୁଇଟ୍‌ କରି ଖୁବ୍‌ ଶୀଘ୍ର ସୁସ୍ଥ କାମନା କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଆରୋଗ୍ୟ କାମନା କରିଛନ୍ତି । ଧର୍ମେନ୍ଦ୍ର, ଅକ୍ଷୟ କୁମାର ଏବଂ ସୋନମ କପୁରଙ୍କ ଭଳି କଳାକାରଙ୍କ ସହ ବହୁ ସଂଖ୍ୟାରେ ରାଜନେତା ବି ଟୁଇଟ୍‌ କରି ଅମିତାଭ ଏବଂ ଅଭିଷେକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । କି ନେତା କି ଅଭିନେତା । ସୋସିଆଲ୍‌ ମିଡିଆରେ ସମସ୍ତେ ଅମିତାଭ ଏବଂ ଅଭିଷେକଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ସମସ୍ତଙ୍କ ଆଶା ଜୀବନର ଏ ଯୁଦ୍ଧକୁ ମଧ୍ୟ ଜିତିବେ ମହାନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.