ସରକାରଙ୍କ ଏହି ନୂଆ ଯୋଜନାରେ କରନ୍ତୁ ଅର୍ଥ ନିବେଶ, ପ୍ରତି ୬ ମାସରେ ମିଳିବ ମୋଟା ଅଙ୍କର ସୁଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଅର୍ଥ ଲଗାଣ କରି ଭଲ ରୋଜଗାର କରିବାର ସୁବିଧା ଦେଇଛନ୍ତି । ଏଥି ପାଇଁ ସରକାର ୨୦୨୦ ମସିହା ଜୁଲାଇ ୧ ତାରିଖରୁ ନୂଆ ସରକାରୀ ଯୋଜନା ଆରମ୍ଭ କରିଛନ୍ତି ।

ଏହା ଦ୍ୱାରା ଲୋକେ ସୁରକ୍ଷିତ ସରକାରୀ ଯୋଜନା ଦ୍ୱାରା ଅର୍ଥ ନିବେଶ କରି ଭଲ ଦୁଇ ପଇସା ପାଇ ପାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି । ନିବେଶକଙ୍କ ପାଇଁ ଟ୍ୟାକ୍ସେବଲ୍‌ ଫ୍ଲୋଟିଂ ରେଟ୍‌ ମଧ୍ୟ ଲାଗୁ କରାଯାଇଛି ।

invest-1

ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ନୂଆ ଯୋଜନାକୁ ୭.୭୫ ପ୍ରତିଶତ ଭଳି କର ଯୋଗ୍ୟ ମୁନାଫା ୨୦୧୮ ଅନୁଯାୟୀ ଅଣାଯାଉଛି । ଉକ୍ତ ବ୍ରାଣ୍ଡକୁ ୨୮ ମଇ ୨୦୧୮ ରେ ବନ୍ଦ କରିଦିଆ ଯାଇଛି । ଏହି ନୂଆ ମୁନାଫା ବ୍ରାଣ୍ଡ୍‌ ୭ ବର୍ଷ ପାଇଁ ରହିବ ।

ପ୍ରତି ବର୍ଷ ୧ ଜାନୁଆରୀ ଓ ୧ ଜୁଲାଇରେ ସୁଧ ଦିଆଯିବ ବୋଲି କୁହାଯାଇଛି । ଅର୍ଥାତ ୨୦୨୧ ଜାନୁଆରୀ ୧ ତାରିଖରେ ଦିଆହେବାକୁ ଥିବା ସୁଧ ୭.୧୫ ପ୍ରତିଶତ ଅନୁଯାୟୀ ହେବ । ପ୍ରତି ୬ ମାସରେ ସୁଧର ନୂତନ ରେଟ୍‌ ସ୍ଥିର କରାଯିବ ।

invest-2

ଏହି ବ୍ରାଣ୍ଡ୍‌ର ପୁନଃ ମୁନାଫା ୭ ବର୍ଷ ସମୟ ସୀମା ପୂର୍ଣ୍ଣ ହେବା ପରେ କରାଯିବ । ତେବେ ବ୍ରାଣ୍ଡ୍‌ ମ୍ୟାଚୁରିଟି ହେବା ପୂର୍ବରୁ ବ୍ରାଣ୍ଡ୍‌ ଉଠାଣ ପାଇଁ କେବଳ ବରିଷ୍ଟ ନାଗରିକଙ୍କୁ ସୁଯୋଗ ଦିଆଯିବ ବୋଲି ଏଥିରେ କୁହାଯାଇଛି । ବ୍ରାଣ୍ଡ୍‌ରେ ଅତି କମ୍‌ରେ ହଜାରେ ଟଙ୍କା ନିବେଶ କରିହେବ ।

ତେବେ ଏଥିରେ ଅଧିକତମ ସଂଖ୍ୟାର କୈାଣସି ସୀମା ରଖାଯାଇ ନାହିଁ । ଏହି ବ୍ରାଣ୍ଡ୍‌କୁ ନଗଦ,ଚେକ୍‌ କିମ୍ବା ଇଲୋକ୍‌ଟ୍ରୋନିକ୍ସ ମାଧ୍ୟମରେ କିଣାଯାଇପାରେ । ନଗଦରେ କେବଳ ୨୦ ହଜାର ଟଙ୍କା ଯାଏ ବ୍ରାଣ୍ଡ କିଣିବାର ଅନୁମତି ମିଳିବ ।

ସରକାରଙ୍କ ତରଫରୁ ଏହି ବ୍ରାଣ୍ଡ୍‌ କେବଳ ରିଜର୍ଭ ବ୍ୟାଙ୍କ୍‌ ଜାରି କରିବ । ବ୍ରାଣ୍ଡ୍‌କୁ କୈାଣସି ସରକାରୀ ବ୍ୟାଙ୍କ୍‌ କିମ୍ବା ଆଇଡିବିଆଇ, ଏକ୍ସିସ୍‌,ଏଚ୍‌ଡିଏଫ୍‌ସି ଓ ଆଇସିଆଇସିଆଇ ବ୍ୟାଙ୍କ୍‌ରୁ କିଣାଯାଇ ପାରିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.