Below header

୧୬ନଂ ଜାତୀୟ ରାଜପଥରେ ଗଲା ଆଉ ଏକ ଜୀବନ, ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ଯାଜପୁର(କେନ୍ୟୁଜ): ୧୬ନଂ ଜାତୀୟ ରାଜପଥରେ ଚାଲିଗଲା ଆଉ ଏକ ଜୀବନ। ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଏନଏଚ-୧୬ ଜାରକା ଛକ ନିକଟରେ। ମୃତକ ଜଣକ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ମଙ୍ଗଳପୁର ଗ୍ରାମର ଅର୍ଜୁନ ଦାସ (୫୫) ବୋଲି ଜଣାପଡିଛି । ସେ ଆଜି ଭୁବନେଶ୍ଵରରୁ ଜଣକୁ ବାଇକରେ ବସାଇ ଘରକୁ ଆସୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ବାଇକରେ ବସିଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ଲାଗି ପଠାଇ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.