କଟକରୁ ଆଉ ୭୧ କରୋନା ପଜିଟିଭ ଚିହ୍ନଟ, ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରୁ ୫୫,ଏସସିବି ବଡ଼ମେଡ଼ିକାଲରୁ ୧୧ଟି ପଜିଟିଭ ଚିହ୍ନଟ

କଟକ(କେନ୍ୟୁଜ୍):  କଟକରୁ ଆଉ ୭୧ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରେ ଆକ୍ରାନ୍ତ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରୁ ୫୫ ଜଣ ରହିଥିବା ଜିଲ୍ଲା ପ୍ରଶାସନ କହିଛି। ଏମାନଙ୍କ ମଧ୍ୟରେ ୧୮ଜଣ କ୍ୟାନସର ପୀଡ଼ିତ, ଜଣେ ନର୍ସ ଓ ୩୬ଜଣ ଆଟେଣ୍ଡାଣ୍ଟ ରହିଛନ୍ତି। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାନସର ସେଣ୍ଟରକୁ ସିଲ କରିଦିଆଯାଇଛି। ସେହିପରି ଏସସିବି ବଡ଼ମେଡ଼ିକାଲରୁ ୧୧ଟି ପଜିଟିଭ ଚିହ୍ନଟ ହୋଇଛି। ଟାଙ୍ଗୀ ଅଞ୍ଚଳରୁ ୨ଜଣ, ତିଗିରିଆରୁ ୪ଜଣ ଓ ଆଠଗଡ଼ରୁ ୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.