Below header

ବିହାର : ବଜ୍ରପାତରେ ୨୬ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : କିଛି ଦିନ ଧରି ପ୍ରାକୃତିକ ବିପର୍ଯ୍ୟୟ ବିହାର ପିଛା ଛାଡୁନି । ବିହାରରେ ଗୁରୁବାର ପୁଣିଥରେ ବଜ୍ରପାତ ଘଟି ୨୬ ଜଣଙ୍କର ପ୍ରାଣହାନୀ ଘଟିଛି । କିଛି ଦିନ ତଳେ ବିହାରରେ ବଜ୍ରପାତରେ ୧୦୦ ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

ଗୁରୁବାର ସଂଧ୍ୟା ୫ଟା ୧୫ ପର୍ଯ୍ୟନ୍ତ ନିଆଯାଇଥିବା ଡାଟା ଅନୁଯାୟୀ ପାଟନାରେ ୬, ସମସ୍ତୀପୁରରେ ୭, କଟିହାରରେ ୩, ଶିବହର ଓ ମଘେପୁରାରେ ୨ ଜଣ ଲେଖାଏଁ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ମୈାସମ ବିଭାଗ ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ହାଇ ଆଲର୍ଟ ଜାରି କରିଛି । ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.