Below header

ବାହାରିନରୁ କଳାହାଣ୍ଡି, ଓଡିଶାକୁ କରୋନା ଆଣିଲେ ଆଉ ଜଣେ ବିଦେଶ ଫେରନ୍ତା

କେନ୍ୟୁଜ (ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ସେ କଳାହାଣ୍ଡିରୁ ଚିହ୍ନଟ ହୋଇଛନ୍ତି । ଟ୍ୱିଟ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ବ୍ୟକ୍ତି ଜଣକ ୨୯ ବର୍ଷୀୟ ପୁରୁଷ ଓ ସେ ବାହାରିନରୁ ଫେରିଥିଲେ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଆଜି ପରୀକ୍ଷା ହୋଇଥିବା ୩୦୪ ନମୂନାରୁ ଗୋଟିଏ ଆସିଲା ପଜିଟିଭ। ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୧ । ଉପକୂଳବର୍ତ୍ତୀ ଅଂଚଳ ପରେ ପ୍ରଥମ କରି ପଶ୍ଚିମାଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.