କରୋନା ଉପରେ ବିଜୟ ପାଇବା ପାଇଁ ଚୀନ ଆଣିଲା ମେଡିସିନ୍ ‘ଏଡି୫-ଏନ୍‌କଭ’ ଆମେରିକା ସାରିଛି କ୍ଲନିକାଲ ଟ୍ରାଏଲ୍‌

କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୈାଣସି ଦେଶ ଏଯାଏ ମେଡିସିନ୍ ବାହାର କରିପାରି ନାହାଁନ୍ତି । ତେବେ ଚୀନ ଓ ଆମେରିକା କରୋନା ମେଡିସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଛନ୍ତି । ମାର୍ଚ୍ଚ ୧୭ ତାରିଖରେ ଆମେରିକା ମାନବ ଉପରେ ମେଡିସିନ୍‌ର ଟ୍ରାୟଲ୍ କରିଥିବା ପ୍ରକାଶ କରିଛି । ଏହାର କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଆହୁରି ୨ ମାସ ଲାଗିବ । ଯଦି ସବୁ ଠିକ୍‌ଠାକ୍ ରହେ ତେବେ ବର୍ଷେ କିମ୍ବା ଦେଢ଼ ବର୍ଷ ଭିତରେ ମେଡିସିନ ବଜାରରେ ଉପଲବ୍ଧ ହେବ ବୋଲି ଆମେରିକା ପ୍ରକାଶ କରିଛି ।
ସେହିପରି ଚୀନ ମଧ୍ୟ ଗତ ୧୭ ତାରିଖରେ ମେଡିସିନ୍‌ର କ୍ଲନିକାଲ ଟ୍ରାଏଲ୍ କରିସାରିଛି । ଖାଲି ସେତିକି ନୁହେଁ ବୁହାନରୁ ସଂକ୍ରମିତ ହୋଇଥିବା କେତେକ ରୋଗୀଙ୍କ ଉପରେ ଏହାକୁ ବ୍ୟବହାର କରିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଏହାଛଡା ବୁହାନର ୧୦୮ ଜଣ ସ୍ଵେଛାସେବୀ ଯାହାଙ୍କର ବୟସ ୧୮ରୁ ୬୦ ସୋମାନଙ୍କ ଉପରେ ମଧ୍ୟ ଏହି ମେଡିସିନ୍ ବ୍ୟବହାର କରାଯାଇଛି । ଖୁବ୍ ଶୀଘ୍ର ଏହାର ରିପୋର୍ଟ ଜଣାପଡିବ ବୋଲି ଚୀନ୍ କହିଛି । ମେଡିସିନ୍‌ର ନାମ ରଖାଯାଇଛି “ଏଡି୫-ଏନ୍‌କଭ” । ଏହାକୁ ପ୍ରସ୍ତୁତ କରିଛନ୍ତି ଚାଇନିଜ୍ ଏକାଡେମୀ ଅଫ୍ ଇଂଜିନିୟରିଙ୍ଗ୍ ଓ ଚାଇନିଜ୍ ମିଲିଟାରୀ ଏକାଡେମୀ । ଚୀନ୍‌ର ଏକ ଦୈନିକ ଖବରକାଗଜରେ ଏହା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.