Below header

ଟିକାକରଣରେ ନୂଆ ମାଇଲଷ୍ଟୋନ୍‌ ଅତିକ୍ରମ କରିଛି ଓଡ଼ିଶା, ୬ ମାସରେ ରାଜ୍ୟରେ ଦିଆଗଲାଣି କୋଟିଏ ଡୋଜ୍‌ ଟିକା

କେନ୍ୟୁଜ୍(ବ୍ୟୁରୋ):ଟିକାକରଣରେ ନୂଆ ମାଇଲଖୁଣ୍ଟ । ରାଜ୍ୟରେ କୋଟିଏ ଡୋଜ୍‌ ଟିକା ଦିଆଯାଇଛି । ୬ ମାସ ଭିତରେ ଦିଆଗଲାଣି କୋଟିଏରୁ ଅଧିକ ଡୋଜ୍‌ ଟିକା । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଭ୍ୟାକସିନ୍‌ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକଙ୍କୁ ଦିଆଯାଇଥିଲା ଟିକା । ଏବେ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୫ ବର୍ଷ ବର୍ଗରେ ସମସ୍ତଙ୍କୁ ଟିକାକରଣ ଚାଲିଛି । ଆଜିଠୁ କ୍ୟାମ୍ପେନ୍‌ ମୋଡରେ ରାଜ୍ୟବ୍ୟାରୀ ଆରମ୍ଭ ହୋଇଛି ଟିକାଦାନ । ସବୁ ବ୍ଲକ ଓ ମ୍ୟୁନିସିପାଲିଟିରେ ଲୋକଙ୍କୁ ଭ୍ୟାକସିନ୍‌ ଦିଆଯାଉଛି । ଦୈନିକ ଟାର୍ଗେଟ ଅଛି ୩ ଲକ୍ଷ । ଅଫଲାଇନ ଓ ଅନଲାଇନରେ ଟିକା ପାଇଁ ସ୍ଲଟ ବୁକିଂ କରାଯାଉଛି । ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ଜୋରଦାର କରିବାକୁ ପଡିବ । କେନ୍ଦ୍ର ସରକାର ଯେତେ ଟିକା ଦେବେ ସେହି ଅନୁସାରେ ଟିକାକରଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ।

vaccination 1

ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା କାୟା । ଆଜି ୫ ପ୍ରତିଶତ ତଳକୁ କମିଛି ପଜିଟିଭ୍‌ ହାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୧ ସଂକ୍ରମିତ । ପଜିଟିଭ୍‌ ହାର ୪.୯୭ ପ୍ରତିଶତ ରହିଛି । ଗତକାଲି ଥିଲା ୫.୩୯ ପ୍ରତିଶତ । କରୋନା ମାନଚିତ୍ରରେ ଧିରେ ଧିରେ ସବୁଜ ହେଉଛି ଓଡ଼ିଶା । ଆକ୍ଟିଭ୍‌ କେସ୍‌ ଗ୍ରୀନ୍‌ ଜୋନ୍‌ରେ ରହିଛି ୨୦ ଜିଲ୍ଲା । କିନ୍ତୁ ପଜିଟିଭିଟିରେ ୧୮ ଜିଲ୍ଲା ସବୁଜ କ୍ଷେତ୍ରରେ ଅଛି । ସେସବୁ ଜିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ଆକ୍ଟିଭ୍‌ କେସ୍‌ରେ ୪ ଓ ପଜିଟିଭିଟିରେ ୫ ଜିଲ୍ଲା ଅଛି ରେଡ୍‌ ଜୋନ୍‌ରେ । ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ଉଭୟ ଆକ୍ଟିଭ୍‌ ଓ ପଜିଟିଭ୍‌ ରେଡ୍‌ ଜୋନରେ ଆସୁଛି । ସେକେଣ୍ଡ ୱେଭ୍ ସ୍ଥିତିରେ ସୁଧାର ଆସିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ବି ଚାଲିଲାଣି ବ୍ୟାପକ ପ୍ରସ୍ତୁତି । ଡିଏଇଟି ଡାକ୍ତର ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି, ଥାର୍ଡ େଓ୍ଵଭ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ରହିବାକୁ ପଡ଼ିବ । ଦେଶରେ ମାତ୍ର ୭ଟି ଡେଲ୍‌ଟା ପ୍ଲସ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି । ସେମାନଙ୍କୁ ଚିହ୍ନଟ କରି ଆଇସୋଲେଟ୍‌ କରାଯାଉଛି । ଆଗକୁ ଚିହ୍ନଟ ଆକ୍ରାନ୍ତଙ୍କୁ ତୁରନ୍ତ ଆଇସୋଲେଟ୍‌ ଗଲେ ଡେଲଟା ପ୍ଲସ ଭାରିଆଣ୍ଟ ବିଶେଷ କ୍ଷତି କରିବ ନାହିଁ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ରାଜ୍ୟରେ ସଂକ୍ରମଣ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି କରୋନା । ମୋଟ୍‌ ମୃତ୍ୟୁସଂଖ୍ୟା ୩ହଜାର ୬୩୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଅଛି ୩୬ହଜାର ୬୩୩ ଆକ୍ଟିଭ୍‌ କେସ୍‌ । ସୁସ୍ଥ ହେଲେଣି ୯୫ ପ୍ରତିଶତ ଆକ୍ରାନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.