ଭଦ୍ରକ: ବିଲରୁ ଗାଁକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଜଣେ ଛାତ୍ର ମୃତ ଓ ଅନ୍ୟ ଜଣେ ଗୁରୁତର

କେନ୍ୟୁଜ୍(ବ୍ୟୁରୋ):  ଚାନ୍ଦବାଲି ଥାନା ଅଧୀନ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଳିଦା ଗାଁରେ ବଜ୍ରାଘାତରେ  ଜଣେ ଛାତ୍ର  ମୃତ  ଓ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। l ଦୁଇ ଜଣ ଛାତ୍ର ବିଲରୁ ଗାଁକୁ ଫେରୁଥିବା ବେଳେ ବଜ୍ରାଘାତରେ ଶିକାର ହୋଇ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ।

ଗ୍ରାମବାସୀ ଦୁଇ ଜଣଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି  l ମୃତ ଛାତ୍ର ଜଣଙ୍କ ହେଉଛନ୍ତି ତେନ୍ତୁଳିଦା ଗାଁର ରମେଶ ପରିଡାଙ୍କ ୧୬ ବର୍ଷ ବୟସର ପୁଅ ସିପୁନ ପରିଡା।ଆହତ ଛାତ୍ର ଜଣକ  ଜଣକ ସେହି ଗାଁର ପ୍ରକାଶ ନାୟକଙ୍କ ୧୨ ବର୍ଷ ବୟସର ପୁଅ ସଞ୍ଜୟ ନାୟକ  ବୋଲି ସୂଚନା ମିଳିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.