Below header

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ସ୍ତ୍ରୀ ମୃତ, ବାପା-ଝିଅ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୁର୍ତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । ନିଆଁ ଗୋଟେ ଘରୁ ଆଉ ଗୋଟେ ଘରକୁ ଡେଇଁ ଏମିତି ୮ ବଖରା ଘରକୁ ପୋଡି ଛାରଖାର କରିଦେଇଛି ।

ଏହି ଅଗ୍ନିକାଣ୍ଡରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୁର୍ତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ବୟ ବାପା-ଝିଅ ହୋଇଥିବା ବେଳେ ମୃତ ମହିଳା ଜଣଙ୍କ ତାଙ୍କର ପତ୍ନୀ ବୋଲି ଜାଣିବାକୁ ମିଳିଛି । ଗୁରୁତର ବର୍ତ୍ତମାନ ଗୁଣୁପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ ଗୁଣୁପୁର ଅଗ୍ନିଶମ ଦଳ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାସ୍ଥଳରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ଓ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ କରା ଯାଇପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.