ଜମ୍ମୁ-କାଶ୍ମୀର: ଖାଇକୁ ଖସିଲା ଗାଡ଼ି, ୪ ମୃତ; ୧୦ ଆହତ

ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲା କରନାହର ନାଭାଗାବରା ଅଞ୍ଚଳରେ ମଙ୍ଗଳବାର ଏକ ଗାଡ଼ି ହଠାତ୍ ଖାଇରେ ଖସିପଡିଛି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲା କରନାହର ନାଭାଗାବରା ଅଞ୍ଚଳରେ ମଙ୍ଗଳବାର ଏକ ଗାଡ଼ି ହଠାତ୍ ଖାଇରେ ଖସିପଡିଛି। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଗାଡିଟି ହଠାତ୍ ଖାଇରେ ଖସିପଡିବାରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସେ କହିଛନ୍ତି ଯେ ଗାଡିରେ ଯାତ୍ରା କରୁଥିବା ଅନ୍ୟ ୧୦ ଜଣ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରିପୋର୍ଟ ଅନୁସାରେ, ମୃତକମାନେ ହେଲେ, ସାଇଦା ବାନୋ (୨୨), ମହମ୍ମଦ ସଇଦ ରାଇନା (୫୫), ରଜିଆ ବାନୋ (୧୮) ଓ ନୁସରତ ବେଗମ୍ (୩୫)।

ସମସ୍ତେ ଗୋଟିଏ ପରିବାରର ନା ଭିନ୍ନ ଭିନ୍ନ, ତାହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏ ନେଇ ମୃତକଙ୍କ ସମ୍ପର୍କୀୟଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.